THE BYAPINI

କୋଭାକ୍ସିନ ଟିକାର ଦର କେତେ?

Get real time updates directly on you device, subscribe now.

କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ୟ୍ୟ କରାଯିବ ପରେ ଆଜି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ରୟ ମୂଲ୍ୟ ଧାର୍ୟ୍ୟ କରାଯାଇଛି। କୋଭିସିଲ୍ଡର ଗୋଟିଏ ଡୋଜର ମୂଲ୍ୟ ୨୦୦ଟଙ୍କା ରହିଥିବା ବେଳେ କୋଭାକ୍ସିନର ଗୋଟିଏ ଡୋଜର କ୍ରୟ ମୂଲ୍ୟ ୨୯୫ଟଙ୍କା ହେବ। ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ ।

ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ । ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି । ଏହି ଦୁଇଟି ଟିକା ବ୍ୟତୀତ ଭାରତ ସରକାର ଅନ୍ୟ ୪ଟି ଟିକାର ବ୍ୟବହାରକୁ ନେଇ ବିଚାର କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ। କେନ୍ଦ୍ର ସରକାର କୋଭାକ୍ସିନର ୩୮.୫ଲକ୍ଷ ଡୋଜ କିିଣିବେ ଏବଂ ୧୬.୫୦ଲକ୍ଷ ଡୋଜ ଭାରତ ବାୟୋଟେକ କେନ୍ଦ୍ରକୁ ମାଗଣାରେ ଦେବ। କୋଭିସିଲ୍ଡ ଓ କୋଭାକ୍ସିନ ବ୍ୟତୀତ ଭାରତ ସରକାର ଜାଇଡସ କାଡିଲା, ଋଷର ସ୍ପୁଟନିକ-ଭି, ବାୟୋଲଜିକାଲ ଇ ଏବଂ ଜେନୋଭା ଟିକା ଉପରେ ମଧ୍ୟ ନଜର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଆମେରିକାର ଫାର୍ମା କମ୍ପାନି ଫାଇଜର କରୋନାଭାଇରସ୍ ଟିକାର ଦୁଇଟି ଡୋଜର ମୂଲ୍ୟ ୨,୮୦୦ ଟଙ୍କା ହେବା ସହ ମଡର୍ଣ୍ଣା ଟିକାର ଡୋଜ ପିଛା ମୂଲ୍ୟ ୨୩୦୦ରୁ ୨୭୦୦ ଟଙ୍କା ମଧ୍ୟରେ ହେବ। କୋଭିସିଲ୍ଡର ଟିକାର ୪୦ ହଜାର ୮ଶହ ଭାୟାଲ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି ।

କୋଭିସିଲ୍ଡର ଟିକାର ୪୦ ହଜାର ୮ଶହ ଭାୟାଲ ରାଜ୍ୟରେ ପହଞ୍ଚିସାରିଛି । ୦ ହଜାର ୮ ଶହ କୋଭିସିଲଡ ଟିକାର ଭାୟାଲ ଅର୍ଥାତ ୪ ଲକ୍ଷ ୮ ହଜାର ଡୋଜ ଆସିଛି । ଗୋଟିଏ ଭାୟାଲରୁ ୧୦ ଜଣଙ୍କୁ ଟିକା ଦିଆଯିବ । ଥମ ଦଫାରେ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ । ୧୬ ତାରିଖରେ ଭୁବନେଶ୍ୱରର ୫ଟି କେନ୍ଦ୍ରରେ ଟିକା ନେଇପାରିବେ । ଟିକା ପାଇବାକୁ ଥିବା ବ୍ୟକ୍ତିଙ୍କୁ ‘ମେସେଜ’ ପଠାଯିବ । ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ୟ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.