THE BYAPINI

ସୁପ୍ରିମକୋର୍ଟରେ ‘ପରୀ’ ମାମଲା

Get real time updates directly on you device, subscribe now.

ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ପରୀ ହତ୍ୟା ମାମଲାର ନୂଆ ମୋଡ଼ ଆସିଛି । ଆରମ୍ଭରୁ ହିଁ ଏସଆଇଟି ତଦନ୍ତ ଉପରେ ଭରସା ନାହିଁ ବୋଲି କହୁଥିବା ପରୀର ପରିବାର ଲୋକ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏବେ ସୁପ୍ରିମକୋର୍ଟରେ ପହଚିଂଛି ନୟାଗଡ ଯଦୁପୁରର ୫ ବର୍ଷର କୁନି ଝିଅ ପରୀ ହତ୍ୟା ମାମଲା ।

ସ୍ଵତନ୍ତ୍ର ତଦନ୍ତକାରୀ ସଂସ୍ଥାର ତଦନ୍ତ ଉପରୁ ଭରସା ଉଠିବାରୁ ପରୀର ମା ସୌଦାମିନୀ ନ୍ୟାୟ ପାଇଁ ଶେଷରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି ପରୀର ମାଆ । ବଡ଼ କଥା ହେଉଛି ଏହି ଆବେଦନକୁ ନେଇ ସିବିଆଇକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ଏହି ମାମଲାରେ କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ସିବିଆଇକୁ ପ୍ରଶ୍ନ କରିଛନ୍ତି।

ପରୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି ପରୀର ପରିବାର । ଘଟଣାର ଏସଆଇଟି ତଦନ୍ତ ଚାଲିଛି ।ଜଣକୁ ଗିରଫ ମଧ୍ୟ କରାଯାଇଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ସ୍ରୁପ୍ରିମକୋର୍ଟ ସିବିଆଇକୁ ନୋଟିସ କରିବା ମାମଲାକୁ ଅଧିକ ଚର୍ଚ୍ଚାକୁ ଆଣିଛି ।

ପରୀ ହତ୍ୟା ମାମଲାରେ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଛାନଭିନ କରୁଛି ଏସଆଇଟି ଟିମ । ଜଣେ ନାବାଳକୁ ଗିରଫ କରି ତା ବିରୋଧରେ ଯଥେଷ୍ଟ ପ୍ରମାଣ ଯୋଗାଡ କରୁଛି ଏସଆଇଟି । ହାଇକୋର୍ଟ ଏହାର ନୀରିକ୍ଷଣ କରୁଥିବା ବେଳେ ଏସଆଇଟିର ତଦନ୍ତ ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସର ମହଲତ ମଧ୍ୟ ଦେଇଛନ୍ତି ହାଇକୋର୍ଟ ।

ପରୀ ହତ୍ୟା ମାମଲାରେ ନାବାଳକର ବ୍ରେନ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି ଜୁଭେନାଇଲ ଜଷ୍ଟିସ ବୋର୍ଡ । ଅଭିଯୁକ୍ତ ବ୍ରେନ ମ୍ୟାପିଂ ପାଇଁ ଅମଙ୍ଗ ହେବାରୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ରାଜି ହୋଇନଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.