THE BYAPINI

ପ୍ରଥମ ଦିନରେ ୩ଲକ୍ଷଙ୍କୁ ଟିକା

Get real time updates directly on you device, subscribe now.

ଜାନୁଆରୀ ୧୬ରେ ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘କୋଭିଡ୍‌ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିବେ । ୧୬ରେ ପ୍ରଥମ ଦିନ ଦିଆଯିବ ୩ଲକ୍ଷ ଲୋକଙ୍କୁ ଟିକା । ନିତି ଆୟୋଗ ଯୋଜନା କମିଟିର ସଦସ୍ୟ ଥିବା ଭିକେ ପଲ୍‌ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍‌ ତଥ୍ୟ ଅନୁସାରେ ରାଜ୍ୟମାନଙ୍କୁ ଟିକା ଆବଣ୍ଟନ କରାଯିବ।

ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ପରେ ଟିକାକରଣ କେନ୍ଦ୍ର ୩ହଜାର କେନ୍ଦ୍ରରୁ ୫ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ମୋଦି ଟିକାକରଣର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥାହେବେ । ଦେଶରେ ୧୨ଟି ସହରେ ଦେଶୀ କୋଭାକ୍ସନ୍ ଟିକା ଦିଆଯିବ । ଅନ୍ୟ ସବୁ କେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯିବ ।

ପ୍ରଥମ ପର୍ୟ୍ୟାୟରେ ୩୦ ନିୟୁତ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ ସେବା ପ୍ରଦାନକାରୀ ଟିକା ନେଇସାରିବା ପରେ ବାକି ୨୭୦ ନିୟୁତ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଟିକାକରଣ ଅଭିଯାନ ଶୁଭାରମ୍ଭ କରିବା ପରେ, ପ୍ରଧାନମନ୍ତ୍ରୀ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.