THE BYAPINI

ବୈଠକ ପରେ ବୈଠକ..ବାହାରୁନି ବାଟ

Get real time updates directly on you device, subscribe now.

ବୈଠକ ପରେ ବୈଠକ ବସୁଛି । ହେଲେ ସମାଧାନ ବାହାରିପାରୁନାହିଁ । କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ନବମ ତର ପାଇଁ ବସିଥିବା ବୈଠକରୁ ମଧ୍ୟ କିଛି ନିର୍ଯ୍ୟାସା ବାହାରିପାରିନାହିଁ । ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ଏହାର ପରବର୍ତ୍ତୀ ବୈଠକ ବସିବ । ଆଜିର ବୈଠକ ୧୨୦ ପ୍ରତିଶତ ବିପଳ ହୋଇଛି ବୋଲି କୃଷକ ସଂଗଠନ ଗୁଡିକ କହିଛନ୍ତି ।

ନୂଆ ତିନିଗୋଟି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଗ୍ୟାରେଣ୍ଟି ଦାବି କରି କୃଷକ ସଂଗଠନ ଅଡ଼ି ବସିଛନ୍ତି । ବୈଠକ ବିଫଳ ହେବା ପରେ କୃଷକ ସଂଗଠନ କହିଛନ୍ତି, ଯେକୌଣସି ମତେ ଜାନୁଆରି ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା ।କୃଷକ ନେତା ଦର୍ଶନ ପାଲ ସିଂ କହିଛନ୍ତି ଯେ, ଆଜିର ଆଲୋଚନା ବେଳେ ଅତ୍ୟାବଶ୍ୟକ ଆଇନକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ବଦଳରେ ସେଥିରେ କେତେକ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ କୃଷିମନ୍ତ୍ରୀ ଏ ସମ୍ପର୍କରେ କିଛି କହିନଥିଲେ ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । ସରକାର ଓ କୃଷକମାନେ ଏହି ସମସ୍ୟାର ସମାଧାନ ଲାଗି କଥାବାର୍ତ୍ତା ଚାଲୁ ରଖିବା ଆବଶ୍ୟକ । ଆବଶ୍ୟକ ବସ୍ତୁ ଅଧିନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି । ୟୁନିୟନ ଓ ସରକାରଙ୍କ ମଧ୍ୟରେ ଜାନୁଆରୀ ୧୯ ଦିନ ୧୨ଟାରେ ପୁଣି ବୈଠକ ବସିବ । ସୁପ୍ରିମକୋର୍ଟଙ୍କ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତା ରହିଛି । କୋର୍ଟଙ୍କ ନିଷ୍ପତ୍ତିକୁ ଭାରତ ସରକାର ସ୍ୱାଗତ କରୁଥିବା ତୋମାର କହିଛନ୍ତି ।

ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶ ଆରମ୍ଭ କରିବ । ତେବେ ଏହି କମିଟି ଆଗରେ ହାଜିର ହେବାକୁ କୃଷକମାନେ ମନା କରିଦେଇଛନ୍ତି । କୌଣସି ମଧ୍ୟସ୍ଥିଙ୍କ ବଦଳରେ କେନ୍ଦ୍ର ସହିତ ସିଧାସଳଖ କଥାବାର୍ତ୍ତା କରିବାକୁ ସେମାନେ ଦାବି କରିଛନ୍ତି । ଦେଢ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ, ସରକାରଙ୍କ ସହ ବାରମ୍ବାର ବୈଠକ ପରେ ବି କୌଣସି ନିଷ୍କର୍ସ ବାହାରିପାରୁନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.