ଭ୍ୟାକସିନ୍: ଭାବବିହ୍ୱଳ ହେଲେ ମୋଦି
ମହାମାରୀ ବିରୋଧରେ ମହାଲଢେଇ । ଦୂରେଇ ଯିବ କରୋନା ଏବେ ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ । ଦେଶରେ ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବା ସହ ବିଶ୍ୱର ସବୁଠି ବଡ ଟିକାରଣ ଅଭିଯାନ ଆରମ୍ଭ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଏହାର ଶୁଭାରମ୍ଭ କରାଯିବା ସହ ବିଶ୍ୱର ସବୁଠି ବଡ଼ ଟିକାକରଣ ଅଭିଯାନର ଆରମ୍ଭ ହୋଇଛି ।
କୋଭିଡ୍ ଟିକାକରଣର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା କାଳର ଦୁଖଦ ସ୍ମୃତିକୁ ମନେ ପକାଇ ଭାବୁକ ହୋଇ ପଡ଼ିଥିଲେ। ବିଶ୍ୱରେ ୩ କୋଟିରୁ କମ୍ ଜନସଂଖ୍ୟା ଥିବା ୧୦୦ରୁ ଅଧିକ ଦେଶ ଅଛି। କିନ୍ତୁ, ଆଜି ପ୍ରଥମ ପର୍ୟ୍ୟାୟରେ ଭାରତରେ ୩ କୋଟି ଲୋକଙ୍କୁ ଟିକା ଦିଆଯାଉଛି। ପ୍ରାରମ୍ଭିକ ଲଢେଇକୁ ମନେ ପକାଇ ମୋଦି କହିଥିଲେ ଯେ, ସେତେବେଳେ କରୋନା ବିରୋଧରେ ଯୁଦ୍ଧ ପାଇଁ ଦୃଢ ଭିତ୍ତିଭୂମି ନଥିଲା। କରୋନା ବିରୋଧରେ ଆମ ଲଢେଇ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ଥିଲା। ଏହି ମୁସ୍କିଲ ଲଢେଇ ଲଢିବା ପାଇଁ ଆମେ ନିଜ ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବା ନାହିଁ। ଏହି ପ୍ରତିଜ୍ଞା ସବୁ ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପ୍ରଥମେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପରେ ଏହାକୁ ୩୦ କୋଟି ଯାଏଁ ବୃଦ୍ଧି କରାଯିବ । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ୟ୍ୟାୟରେ ଟିକା ଦିଆଯିବ । ପ୍ରଥମ ଟିକା ନେବା ପରେ ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରିବା ବି ସେତିକି ଜରୁରୀ ଯେତିକି ପୂର୍ବରୁ ରହିଥିଲା । ଟିକା ନେବା ପରେ ଭାବନ୍ତୁ ନି କି ଦେଶରୁ ମହାମାରୀର ଅନ୍ତ ହୋଇଗଲା, କରୋନା ମରିନି କିନ୍ତୁ କରୋନାକୁ ଆମେ ହରାଇଛୁ । ଦ୍ୱିତୀୟ ଡୋଜ୍ ପରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।
ଏହା ସହ ମୋଦି କହିଛନ୍ତି, ଟିକା ସମ୍ବନ୍ଧରେ ବିଭିନ୍ନ ଗୁଜବରୁ ଦେଶବାସୀ ଦୂରରେ ରହିବା ଉଚିତ । ଟିକାର ପ୍ରଥମ ହକଦାର୍ ହେଉଛନ୍ତି କରୋନା ଯୋଦ୍ଧା । ସ୍ୱାସ୍ଥ୍ୟକର୍ମୀଙ୍କ ବଳିଦାନକୁ ମନେ ପକାଇ ସେ କହିଥିଲେ ଯେ, ଶହ ଶହ ସଂଖ୍ୟାରେ ଏମିତି ସାଥି ଥିଲେ ଯେଉଁମାନେ କେବେ ମଧ୍ୟ ଘରକୁ ଫେରିଲେ ନାହିଁ। ଗୋଟିଏ ଗୋଟିଏ ଜୀବନକୁ ବଞ୍ଚାଇବାକୁ ଯାଇ ସେମାନେ ନିଜ ଜୀବନ ବଳିଦାନ କଲେ। ତେଣୁ କରୋନାର ପ୍ରଥମ ଟିକା ସ୍ୱାସ୍ଥ୍ୟକର୍ମୀଙ୍କୁ ଲଗାଇ ସମାଜ ଋଣ ଶୁଝୁଛି ।