THE BYAPINI

ଟିକା ନେଲେ ସେରମ ମୁଖ୍ୟ

Get real time updates directly on you device, subscribe now.

ସାରା ଦେଶରେ କୋଭିଡ ଟିକାକରଣ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ବେଳେ ଟିକା ପ୍ରସ୍ତୁତ କରିଥିବା ସଂସ୍ଥାର ମୁଖ୍ୟ ମଧ୍ୟ ନିଜେ ଟିକା ନେଇଛନ୍ତି । ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୁନାଓ୍ଵାଲା ମଧ୍ୟ ତାଙ୍କ କମ୍ପାନି ନିର୍ମିତ ଟିକା ‘କୋଭିସିଲ୍ଡ୍’ର ଗୋଟିଏ ଡୋଜ୍ ନେଇଛନ୍ତି। ଆଉ ଟିକା ନେବା ବେଳର ଭିଡିଓକୁ ନିଜ ଟ୍ୱିଟ୍ରେ କରି ପୋଷ୍ଟ କରିଛନ୍ତି । ଦେଶରେ ବର୍ତମାନ ଦୁଇଟି ଟିକା ଦିଆଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ର ସଂପୂର୍ଣ୍ଣ ଦେଶୀ କୋ-ଭାକସିନ୍ ଟିକା ।

ମହାମାରୀ ଲଢେଇରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଭାକସିନ ସାମିଲ ହୋଇଛି ।
ଦେଶରେ ମେଗା ଟିକାକରଣର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଛନ୍ତି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ମେଗା ଟିକାକରଣରେ କୋଭିସିଲଡ୍ ସାମିଲ ହେବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅଦାର ପୁନାୱାଲା । ଦେଶବାସୀ ଟିକା ନିଅନ୍ତୁ ଆଉ ସୁସ୍ଥ ରହୁନ୍ତୁ । ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ନିଜେ ଟିକା ନେବା ସହ ଅନ୍ୟମାନେ ଏହି ମେଗା ଟିକାକରଣ ପ୍ରକ୍ରିୟାରେ ସାମିସ ହୁଅନ୍ତୁ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ।

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବାରୁ ଆନନ୍ଦିତ ବୋଲି କହିଛନ୍ତି। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଛି। ପରେ ଅନ୍ୟ ଲୋକମାନଙ୍କୁ ଟିକା ଦିଆଯିବ। ସ୍ୱଳ୍ପ ଆୟକାରୀ ବର୍ଗଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିବା କହିଛନ୍ତି।

ଏମ୍ସ୍ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଏହି ଟିକା ନିରାପଦ । ଏହା ଫଳପ୍ରଦ ହେଉଛି। ଅନେକ ଲୋକଙ୍କୁ ଟିକା ଦେବାକୁ ଥିବାରୁ ଦ୍ୱିଧାବୋଧ କରିବା ଅନୁଚିତ। ଆମର ଗବେଷକ, ବୈଜ୍ଞାନିକ ଏବଂ ଔଷଧ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଉପରେ ଆସ୍ଥା ରହିବା ଉଚିତ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.