THE BYAPINI

ଟିମ୍ ଇଣ୍ଡିଆର ଐତିହାସିକ ବିଜୟ…ଧୂଳି ଚାଟିଲା କଙ୍ଗାରୁ ଦଳ

Get real time updates directly on you device, subscribe now.

ଲେଖାହେଲା କ୍ରିକେଟର ନୂଆ ଇତିହାସ । ବିଦେଶ ମାଟିରେ ଟିମ ଇଣ୍ଡିଆର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ତାର ଘରୋଇ ମାଟିରେ ପରାଜିତ କରିଛି ଭାରତୀୟ କ୍ରିକେଟ ଦଳ । ଗତ ୩୩ ବର୍ଷ ହେଲା ବ୍ରିସବେନରେ ହାରିନଥିଲା କଙ୍ଗାରୁ ଦଳ । ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ଆଣିଛି ଭାରତୀୟ ଦଳ । ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଭିନ୍ନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ଼ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ଚତୁର୍ଥ ଟେଷ୍ଟ ସହ ସିରିଜ୍ ବିଜୟର ରିୟଲ ହିରୋ ପାଲଟି ଯାଇଛନ୍ତି ୫ ଜଣ ଯୁବ ଖେଳାଳି । ରିଷଭ ପନ୍ତ ୮୯ ରନ ସହ ନଟଆଉଟ୍ ଥିବା ବେଳେ ଶୁଭମନ୍ ଗିଲ୍- ୯୧, ସାର୍ଦ୍ଧୁଳ ଠାକୁର ୬୯ ରନ ସହ ୭ଟି ୱିକେଟ୍ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ୍ ୬ଟି ୱିକେଟ୍ ନେଇଥିବା ବେଳେ ଚେତେଶ୍ୱର ପୂଜାରା ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଆଜିଙ୍କ୍ୟ ରାହେଣେଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳକୁ ଏହି ଐତିହାସିକ ବିଜୟ ମିଳିଛି । ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟାର ଅଫ ଦି ସିରିଜ ଅଷ୍ଟ୍ରେଲିଆର ବୋଲର ପେଟ୍ କମିନସ୍ ହୋଇଛନ୍ତି ।

ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ। ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା । ୯୮୮ରେ ଗାବାରେ ଅଷ୍ଟ୍ରେଲିଆ ହାରିଥିଲା । ୱେଷ୍ଟ ଇଣ୍ଡିଜ ଠାରୁ କଙ୍ଗାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା । ଦୀର୍ଘ ୩ ଦଶନ୍ଧି ପରେ ପୁଣି ଥରେ କଙ୍ଗାରୁ ଦଳରୁ ପରାଜୟ ବରଣ କରିବାକୁ ପଡିଛି । ଏହାସହ ଟେଷ୍ଟ ରାଙ୍କ ନମ୍ବର ୱାନରେ ନ୍ୟୁଜିଲାଣ୍ଡ ରହିଥିବା ବେଳେ ତାଲିକାର ୨ ନମ୍ବରରେ ପହଞ୍ଚିଛି ଭାରତ । ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଆଜି ଏହି ବିଜୟ ହାସଲ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.