ଅକ୍ଟୋବରରେ କମୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଧୀରେ ଧୀରେ କମୁଛି ପ୍ରକୋପ ।
ରାଜ୍ୟରେ ଲଗାତାର କିଛିଦିନ ହେବ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ଶହ ୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧ଶହ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ ଅଂଚଳରୁ ୮୨୬ ଜଣ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୧୯୮୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୫୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୬ ଆକ୍ରାନ୍ତ ଅଛନ୍ତି ।ଦୈନିକ ସଂକ୍ରମିତରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ପାଇଛି ।
୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି ।୧୭ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା, ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ବୌଦ୍ଧ, ଜଗତସିଂହପୁର, ମୟୁରଭଞ୍ଜ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬,୯୦୬ ଥିବା ବେଳେ ବାଲେଶ୍ବରରେ ୯୪୨୩, ବରଗଡ଼ରେ ୮୦୪୨, ଭଦ୍ରକରେ ୬୩୩୨, ବଲାଙ୍ଗିରରେ ୫୯୪୬, ବୌଦ୍ଧରେ ୨୩୭୯, କଟକରେ ୨୪,୪୨୭ , ଦେବଗଡ଼ରେ ୯୨୪, ଢେଙ୍କାନାଳରେ ୪୬୮୩, ଗଜପତିରେ ୩୭୭୫ , ଗଞ୍ଜାମରେ ୨୦,୮୪୯, ଜଗତ୍ସିଂହପୁରରେ ୬୬୪୪, ଯାଜପୁରେ ୧୦,୨୨୮, ଝାରସୁଗୁଡ଼ାରେ ୫୮୨୩, କଳାହାଣ୍ଡିରେ ୪୫୭୩, କନ୍ଧମାଳରେ ୫୩୭୭, କେନ୍ଦ୍ରାପଡ଼ାରେ ୬୮୧୩ , କେନ୍ଦୁଝରରେ ୫୫୯୭, ଖୋର୍ଦ୍ଧାରେ ୪୬,୨୪୪, କୋରାପୁଟରେ ୬, ୯୫୨, ମାଲକାନଗିରିରେ ୪୪୯୪, ମୟୂରଭଞ୍ଜରେ ୧୦, ୩୫୯, ନବବରଙ୍ଗପୁରରେ ୪୭୮୩, ନୟାଗଡ଼ରେ ୫୬୩୭, ନୂଆପଡ଼ାରେ ୪୮୦୨, ପୁରୀରେ ୧୧,୮୪୩, ରାୟଗଡ଼ାରେ ୭,୯୨୫, ସମ୍ବଲପୁରରେ ୭,୫୫୯, ସୁବର୍ଣ୍ଣପୁରରେ ୪୧୩୫, ସୁନ୍ଦରଗଡ଼ରେ ୯୮୪୩ ଏବଂ ଷ୍ଟେଟ୍ ପୁଲ୍ରେ ୭୦୨୯ରେ ପହଞ୍ଚିଛି।