THE BYAPINI

ବୋଝ କମାଇବ ‘ପରୀକ୍ଷା ଦର୍ପଣ’

Get real time updates directly on you device, subscribe now.

କୋଭିଡ ଯୋଗୁଁ ଚଳିତ ବର୍ଷ ପାଠ ପଢାରେ ପିଲାଙ୍କ ବ୍ୟାଘାତ ସୃଷ୍ଟି ହୋଇଥିଲା । ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିଥିଲା । ସେପଟେ ବର୍ତ୍ତମାନ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ ଖୁବ କମ ସମୟ ଥିବାବେଳେ ଶନିବାର ଓ ରବିବାର ବି ପାଠ ପଢାଯାଉଛି । ପିଲାଙ୍କ ପାଠ ବୋଝ କମାଇବା ପାଇଁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ‘ପରୀକ୍ଷା ଦର୍ପଣ’ ନାମକ ଏକ ପୁସ୍ତିକା ମାଗଣାରେ ଦିଆଯିବ । ଟେଷ୍ଟପେପର ଭଳି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହେଉଛି। ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ‘ପରୀକ୍ଷା ଦର୍ପଣ’ ମାଗଣାରେ ଯୋଗାଇ ଦିଆଯିବ।

ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା। ୭୦ ପ୍ରତିଶତ ସିଲାବସକୁ ନେଇ ପ୍ରସ୍ତୁତ ଏହି ଟେଷ୍ଟ ପେପର୍ ପିଲାଙ୍କୁ ଦିଆଯିବ।
ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମା ଯାଇଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି । ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.