THE BYAPINI

ଖାଦ୍ୟ ସହ ଖେଳ!

Get real time updates directly on you device, subscribe now.

କଟକ ପରେ ଏବେ ବ୍ରହ୍ମପୁରରୁ ଜବତ ହେଉଛି ମାଳ ମାଳ ନକଲି ସାମଗ୍ରୀ । ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା, ସସ୍, ପାଣି ପରେ ଏବେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗ୍ରାମରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି ।

କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ପ୍ରତିଦିନ ନକଲି ସାମଗ୍ରୀ ଠାବ କରାଯାଉଛି । ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ବଜାରରେ ବିକ୍ରି ହେଉଛି ବିଷ । କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ଏହି କାରଖାନାରେ ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ଏବଂ ଏହାକୁ ବଜାରକୁ ମଧ୍ୟ ଛଡାଯାଉଥିଲା । ବୋରୱେଲ୍‌ ପାଣିରେ ରଙ୍ଗ ଓ ସ୍ୱାଦ ଅନୁସାରେ ଫ୍ଲେବର ମିଶାଇ ତିଆରି ହେଉଥିଲା କୋଲ୍‌ଡ ଡ୍ରିଙ୍କ୍ସ।

ଏପରିକି ଡ୍ରିଙ୍କ୍ସ ୟୁନିଟରେ ଟେଷ୍ଟିଙ୍ଗ ୟୁନିଟ ମଧ୍ୟ ନଥିଲା। ବିନା ଟେଷ୍ଟିଂରେ କୋଲ୍‌ଡ ଡ୍ରିଙ୍କ୍ସକୁ ମାର୍କେଟକୁ ଛଡ଼ା ଯାଉଥିଲା।
କେବଳ କଟକ କି ଭୁବନେଶ୍ୱର ନୁହେଁ ବ୍ରହ୍ମପୁର, ଯାଜପୁର, ସମ୍ବଲପୁର ସହ ବଲାଙ୍ଗିରର କଣ୍ଟାବାଞ୍ଜିରେ ଏଭଳି ନକଲି କାରଖାନା ଧରାପଡ଼ିଛି । ସବୁ ସ୍ଥାନରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ମିଳିଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ବ୍ରାଣ୍ଡ ନାଁରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକେଜିଂ କରି ବିକ୍ରି ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.