THE BYAPINI

କୃଷକ ଆନ୍ଦୋଳନରେ ଫାଟ

Get real time updates directly on you device, subscribe now.

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡ ପରେ କୃଷକ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଆନ୍ଦୋଳନରୁ ଓହରିଛନ୍ତି । ଏହି ଦୁଇ ନେତାଙ୍କ ନେତୃତ୍ୱରେ ଥିବା ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଏଣିକି ଜାରି ରହିଥିବା କୃଷକ ଆନ୍ଦୋଳନରେ ଯୋଗ ଦେବେ ନାହିଁ ।

ଟ୍ରାକ୍ଟର ରାଲିରେ ଦିଲ୍ଲୀ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ ଏବଂ ରାଷ୍ଟ୍ରୀୟ କୃଷକ ମଜଦୂର ସଂଗଠନ ଆଉ ଆନ୍ଦୋଳନରେ ଯୋଗ ଦେବେ ନାହିଁ । କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାୟତଙ୍କୁ ଦାୟୀ କରି ଆନ୍ଦୋଳନ ଛାଡ଼ିଥିବା କହିଛନ୍ତି । ଭିଏମ ସିଂହ କହିଛନ୍ତି ଯେ, ଆନ୍ଦୋଳନ ଯେଉଁ ପରି ଭାବେ ଚାଲିଛି ତାହା ମୋ ସହ ଚାଲିବ ନାହିଁ। ନା ଆମେ ଏଠାକୁ ସହିଦ ହେବାକୁ ଆସିଛୁ ନା ନିଜ ଲୋକଙ୍କୁ ମାଡ ଖୁଆଇବାକୁ ଆସିଛୁ। ସେହି ଲୋକଙ୍କ ସହିତ ଆନ୍ଦୋଳନ ଚାଲି ପାରିବ ନାହିଁ, ଯାହାଙ୍କ ଦିଗ ଅଲଗା ରହିଛି। ନିଜ ସଂଗଠନର ୫୮ ଦିନର ଆନ୍ଦୋଳନ ସମାପ୍ତ କରୁଥିବା ସେ ଘୋଷଣା କରିଛନ୍ତି।

ଭିଏମ ସିଂହ କହିଛନ୍ତି ଯେ, ରାକେଶ ଟିକାୟତ ଥରୁଟିଏ ମଧ୍ୟ ଆଖୁ ଚାଷୀଙ୍କ କଥା ଉଠାଇ ନାହାନ୍ତି। ସେ ଧାନ ଖରିଫ ଫସଲ ଉପରେ କୌଣସି ଆଲୋଚନା କରି ନାହାନ୍ତି। ମୁଁ ଆନ୍ଦୋଳନ ଛିଡା କରାଇବାରେ କାମ କରିଛି। ମୁଁ କୃଷକଙ୍କୁ ଦିଲ୍ଲୀ ଆଣିବା ପାଇଁ କାମ କରିଛି। ଆମେ ଜାନୁଆରୀ ୨୬ରେ ନିଜକୁ, ଦେଶକୁ ଏବଂ ସମସ୍ତଙ୍କୁ ବଦନାମ କରିବାକୁ ଏଠାକୁ ଆସିନଥିଲୁ। ଏହି ଘଟଣା ପାଇଁ ସରକାର ମଧ୍ୟ ଦାୟୀ ବୋଲି କହିଛନ୍ତି ଭିଏମ ସିଂହ । ଯେବେ କେହି ୧୧ଟା ପରିବର୍ତ୍ତେ ସକାଳ ୮ଟାରୁ ରାଲି ଆରମ୍ଭ କରୁଛି ତେବେ ସରକାର କଣ କରୁଥିଲେ। ଯେବେ ସରକାରଙ୍କୁ ଜଣାଥିଲା ଯେ, ଲାଲକିଲ୍ଲାରେ ପତାକା ଉଡାବା ପାଇଁ କିଛି ସଂଗଠନ କୋଟି କୋଟି ଟଙ୍କା ଦେବା କଥା କହୁଥିଲେ, ସେତିକି ବେଳେ ସରକାର କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.