THE BYAPINI

ଆଶ୍ୱସ୍ତି ଆଣିବ ‘ପରୀକ୍ଷା ଦର୍ପଣ’

Get real time updates directly on you device, subscribe now.

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର ବହି ପଠାଯାଉଛି। ୭ଶହ ପୃଷ୍ଠା ସମ୍ବଳିତ ପରୀକ୍ଷା ଦର୍ପଣ ୬ ଲକ୍ଷ ୨୦ ହଜାର ୫୦୮ଜଣ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ।

କରୋନା ପାଇଁ ଚଳିତ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ମାଟ୍ରିକ ପରୀକ୍ଷାରେ ଚାପ କମାଇବ ପାଇଁ ପରୀକ୍ଷା ଦର୍ପଣ ପୁସ୍ତକ ଉନ୍ମୋଚିତ ହୋଇଛି । ପ୍ରଥମେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପଢିବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟକୁ ପଠାଯାଇଛି ପ୍ରଥମ ପର୍ୟ୍ୟାୟ ବହି। ସେହିଭଳି ଶିକ୍ଷକଙ୍କ ଆବଶ୍ୟକତା ପାଇଁ ପ୍ରତି ସ୍କୁଲକୁ ଗୋଟିଏ ଲେଖାଏଁ ବହି ଦିଆଯିବ। ଫେବୃଆରୀ ୧୫ ବେଳକୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ଯେପରି ବହି ପହଞ୍ଚିବ ସେନେଇ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଡିଇଓ, ବିଇଓ ଏବଂ ପ୍ରଧାନଶିକ୍ଷକ ବହି ବଣ୍ଟନ ଦାୟିତ୍ୱରେ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କୋଭିଡ୍ ପାଇଁ ସ୍କୁଲ ବନ୍ଦ ରହିଥିଲା । ତେଣୁ ପାଠପଢା ବି ହୋଇ ପାରୁନଥିଲା । ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଟେଷ୍ଟ ପେପର ଶୈଳୀରେ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସରକାର ଦେବେ ‘ପରୀକ୍ଷା ଦର୍ପଣ’ ।

Get real time updates directly on you device, subscribe now.

Leave A Reply

Your email address will not be published.