ଫେବ୍ରୁଆରୀ ମାସ ପାଇଁ ନୂଆ ନିୟମ
ଫେବୃଆରୀ ମାସ ପାଇଁ ଆସିଲା ନୂଆ ଗାଇଡ଼ଲାଇନ । ଫେବୃଆରୀ ମାସ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ । ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର୍ୟ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର୍ୟ୍ୟନ୍ତ ବଳବତ୍ତର ରହିବ।
ଗାଇଡଲାଇନରେ କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ । ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା ସହ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ପାଇଁ ମଧ୍ୟ ନୂଆ ଏସଓପି ଜାରି କରା ଯିବ ବୋଲି କୁହାଯାଇଛି । ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଖୋଲିପାରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ରାଜ୍ୟ ସରକାରମାନେ ନିଜ ରାଜ୍ୟର ପରିସ୍ଥିତି ଦେଖି କୋଭିଡ୍ ସଂକ୍ରମଣ ରୋକିବାକୁ କଟକଣା ଲଗାଇପାରିବେ । ଏହାସହ ସମସ୍ତଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେବେ ଏବଂ ଏଥିପାଇଁ ବିହିତ ପଦକ୍ଷେପ ନେବେ । ତେବେ ରାଜ୍ୟ ସରକାରଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ସେମାନେ ଚାହିଁଲେ ଫିଲ୍ମ ହଲ୍ ଓ ସୁଇମିଂପୁଲ ପାଇଁ ସମସ୍ତଙ୍କୁ ଅନୁମତି ଦେଇପାରିବେ । ଏହା ସାମାଜିକ କାର୍ୟ୍ୟକ୍ରମକୁ ମଧ୍ୟ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ ।
ଅନ୍ୟପଟେ ରାଜ୍ୟ –ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ସମସ୍ତ ପ୍ରକାରର ଆତ ଯାତକୁ କଟକଣାମୁକ୍ତ କରାଯାଇଛିା ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ସହକାରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ –ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ସମସ୍ତ ପ୍ରକାରର ଆତ ଯାତକୁ କଟକଣାମୁକ୍ତ କରାଯାଇଛିା ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ସହକାରେ ରହିବାକୁ ପରାମର୍ଶ ଦିଆଯାଇଛି ।