THE BYAPINI

କଂଗ୍ରେସରେ ପୁଣି କେଁ

Get real time updates directly on you device, subscribe now.

କଂଗ୍ରେସରେ ପୁଣି କେଁ । କିଛି ଦିନର ନୀରବତା ପରେ ପୁଣି ରାଜ୍ୟ କଂଗ୍ରେସରେ ଫେରିଛି ପୁରୁଣା ରୋଗ । ରାଜ୍ୟରେ ପ୍ରଭାରୀ ଚେଲ୍ଲା କୁମାର ଥିବା ବେଳେ ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ହେଲେ ମଳିଥିବା ସୂଚନା ଅନୁସାରେ ପିସିସି ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କ କାନରେ ପକାଇବାକୁ ପାଞ୍ଚ ଜଣ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ କରିଛନ୍ତି ।

ଦିଲ୍ଲୀ ଗସ୍ତ କରିଥିବା ଏହି ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ବେହେରା, ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ସେଠୀ, କୁମାର ଚିରଞ୍ଜିବୀ, ରାଧାକାନ୍ତ ଦିଗାଲ । ରାଜ୍ୟରେ କଂଗ୍ରେସ ଠିକ ଭାବେ ଚାଲୁନାହିଁ । ତେଣୁ ବରିଷ୍ଠ ନେତାମାନଙ୍କୁ ଡାକି ରାଜ୍ୟରେ ଦଳର ସ୍ଥିତି ସୁଧାରିବା ପାଇଁ ଏଆଇସିସି ହସ୍ତକ୍ଷେପ କରୁ ବୋଲି ଏହି ନେତାମାନେ ଦାବି କରି ଦଳର ସଂଗଠନ ସାଧାରଣ ସଂପାଦକ କେ.ସି ବେନୁଗୋପାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଦିନକୁ ଦିନ କଂଗ୍ରେସ ସଂଗଠନ ଦୁର୍ବଳ ହେଉଥିବାରୁ ହାଇକମାଣ୍ଡ ତୁରନ୍ତ ଓଡିଶା କଂଗ୍ରେସ ଉପରେ ଦୃଷ୍ଟି ଦେବା ସହ ନେତୃତ୍ବ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଓଡିଶା ଦାୟିତ୍ୱରେ ଥିବା ବେଣୁଗୋପାଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନେତୃତ୍ୱ ପରିବର୍ତ୍ତନ ନେଇ ଦାବି କରିଛନ୍ତି ଏହି ଅସନ୍ତୁଷ୍ଟ ନେତା । ପିସିସି ସଭାପତି ପରିବର୍ତ୍ତନ ନେଇ ଏହି ନେତାମାନେ ଦିଲ୍ଲୀ ନେତୃତ୍ୱକୁ ଫେରାଦ ହୋଇଥିବା ଚର୍ଚ୍ଚା ହେଉଥିଲା ହେଲେ ଦିଲ୍ଲୀରେ ଥିବା ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.