THE BYAPINI

ପୁଣି ଫେରିଲା ପାଣି ପଲିଟିକ୍ସ

Get real time updates directly on you device, subscribe now.

ମହାନଦୀକୁ ନେଇ ପୁଣି ବିବାଦ ଦେଖା ଦେଇଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାର ଚାଲିଥିବାବେଳେ ମହାନଦୀ ଶୁଖିଲା ପଡିଛି । ଗ୍ରୀଷ୍ମ ଋତୁ ଆସିବାକୁ ଆହୁରି ଦୁଇ ମାସ ଅଛି। ଶୀତ ଋତୁ ସରିନାହିଁ। ହେଲେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମହାନଦୀର ଧାର ଶୁଖିବାକୁ ବସିଲାଣି। ମହାନଦୀ ପାଣିର ଅଭାବ ଯୋଗୁ ଆଗକୁ ଓଡ଼ିଶା ଭୟଙ୍କର ଜଳସଂକଟ ଦେଇ ଗତି କରିବ ବୋଲି ଆଶଙ୍କା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ମହାନଦୀ ଜଳ ବିବାଦ ମାମଲାକୁ ନେଇ ଶୁଣାଣି କରୁଥିବା ଟ୍ରିବ୍ୟୁନାଲର କାର୍ୟ୍ୟକାଳ ୩ ବର୍ଷ ପୂରିବାକୁ ଆଉ ମାତ୍ର ୨ ମାସ ଅଛି। ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ ହୋଇଥିଲା। ହେଲେ ମହାନଦୀକୁ ନେଇ ଟ୍ରିବ୍ୟୁନାଲରେ କ’ଣ ଶୁଣାଣି ଚାଲିଛି ତାହା କେହି ଜାଣିପାରୁନାହାନ୍ତି । ପୂର୍ବରୁ ମହାନଦୀ ପାଇଁ ସ୍ୱର ଉଠାଉଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂଗଠନ ଏବେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କିଛି ଦିନ ତଳେ ମହାନଦୀ ପାଇଁ ସ୍ୱର ଉତ୍ତୋଳନ କରୁଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ତା ସହିତ ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ ପ୍ରକଳ୍ପ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ସଂସଦରେ ଏ ପ୍ରସଙ୍ଗ ଉଠିବା ଦରକାର, ନହେଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ସେ ଚେତାଇ ଦେଇଛନ୍ତି ।

ସେପଟେ ମହାନଦୀ ପ୍ରସଙ୍ଗକୁ ନେଇ ପୁଣି ଶାସକ ଓ ବିରୋଧୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ବିଜେପି କହିଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ ଆପୋଷ ଆଲୋଚନାରେ ସମାଧାନ କରିବାକୁ କେନ୍ଦ୍ର ଚାହୁଁଥିଲା । ହେଲେ ରାଜ୍ୟ ସରକାର ଅଯଥା ଏହାକୁ ରାଜନୀତି ପ୍ରସଙ୍ଗ କଲେ। ଏବେ ଯାହା ସମସ୍ୟା ହେବ ଶତ ପ୍ରତିଶତ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବିଜେପି କହିଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ବିଜେପି ଓ ବିଜେଡିକୁ ସମାଲୋଚନା କରି କହିଛି ଉଭୟ ମହାନଦୀ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି । କେହି ସମାଧାନର ରାସ୍ତା ବାହାର କରିବାକୁ ମନ ଦେଉନାହାନ୍ତି। ସେପଟେ ବିଶ୍ବାସ ଟ୍ରିବ୍ୟୁନାଲର ରାୟ ଆମ ସପକ୍ଷରେ ଆସିବ। ଯେତେବେଳେ ଚୂଡାନ୍ତ ନିଷ୍ପତ୍ତି ଆସିବ ସେତେବେଳେ ଆମର ଯେତିକି ପାଣି ଦରକାର ନିଶ୍ଚୟ ଆମେ ପାଇବା ବୋଲି ବିଜେଡି କହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.