‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ । ପୁଣିଥରେ ଚଗଙ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଭାଗ୍ୟଶ୍ରୀଙ୍କ ପ୍ରଶଂସା କରାଯାଇଛି।
ରାଉରକେଲା ସହରର ସେକ୍ଟର ୧୯ରେ ରହୁଥିବା ଭାଗ୍ୟଶ୍ରୀ, ଢେଙ୍କାନାଳ ସାରଙ୍ଗ ଇଞ୍ଜିନିୟରିଂ କଲେଜରେ ଏମଟେକ ମେଟାଲୋଜୀ ବିଭାଗର ଶେଷ ବର୍ଷ ଛାତ୍ରୀ। ଇଞ୍ଜିନିୟରିଂ ପଢୁଥିବା ବେଳେ ତାଙ୍କ ନିଶା ହେଉଛି ପଟ୍ଟଚିତ୍ର ଆଙ୍କିବା। ଗ୍ୟଶ୍ରୀ ବିନା ତାଲିମରେ ପଥର, କାଚ ବୋତଲ, ବଲ୍ବରେ ଚିତ୍ର ଆଙ୍କୁଛନ୍ତି । ତାଙ୍କ ତୂଳୀ ସ୍ପର୍ଶରେ କଥା କହୁଛି ନିର୍ଜୀଵ ପଦାର୍ଥ । ତାଙ୍କ ଦ୍ୱାରା ଅଙ୍କିତ ଜଗନ୍ନାଥଙ୍କ ବିଭିନ୍ନ ବେଶ, ରାଧାକୃଷ୍ଣ, ଶିଵ ପାର୍ବତୀ ପ୍ରତିକୃତିର ବେଶ ଚାହିଦା ରହିଛି । ଦୁଇ ବର୍ଷ ପୂର୍ବରୁ ସେ ପୁରୀ ଜିଲ୍ଲାର ରଘୁରାଜପୁର ଏହି ସବୁ ଚିତ୍ର ଦେଖିବା ପରେ ପଟ୍ଟଚିତ୍ର ଆଙ୍କିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବିଟେକ ପରେ ଢେଙ୍କାନାଳରେ ଏମ ଟେକ ପଢ଼ିବା ପରେ ତାଙ୍କୁ ଏହି କାମ କରିବାକୁ ବହୁତ ସମୟ ମିଳିଥିଲା । ରାଉରକେଲାର ବିଭିନ୍ନ ନଦୀକୁ ଯାଇ ପଥର ସଂଗ୍ରହ କରି ସେଥିରେ ଚିତ୍ର ଆଙ୍କୁଥିଲେ । ଭାଗ୍ୟଶ୍ରୀଙ୍କ ପିତା କାର୍ତ୍ତିକ ସାହୁ ପୁଲିସ ବିଭାଗରେ କାମ କରନ୍ତି । ମା ବାସନ୍ତି ସାହୁ ଜଣେ ଗୃହିଣୀ। ଉପଯୁକ୍ତ ତାଲିମ ପାଇଲେ ଭଲ ପଟ୍ଟଚିତ୍ର ଶିଳ୍ପୀ ହୋଇପାରିବି ବୋଲି କହନ୍ତି ଭାଗ୍ୟଶ୍ରୀ ।
ଲକଡାଉନ ବେଳେ ସେ ବୋତଲରେ ମଧ୍ୟ ପଟ୍ଟଚିତ୍ର କରିବା ଆରମ୍ଭ କରିଥିଲେ। ଏବେ ତ ସେ ଏହି ଚିତ୍ରକଳାକୁ ନେଇ ପ୍ରଶିକ୍ଷଣ ବି ଦେଉଛନ୍ତି। କିଛିଦିନ ପୂର୍ବରୁ ସେ ଶୁଭାଷ ବାବୁଙ୍କ ଜୟନ୍ତିରେ ଭାଗ୍ୟଶ୍ରୀ ପଥରରେ ପଟ୍ଟଚିତ୍ର କରି ନିଆରା ଶ୍ରଦ୍ଧାଞ୍ଜଳି ଦେଇଥିଲେ।