THE BYAPINI

ବଢିବ କି ତୈଳ ଦର?

Get real time updates directly on you device, subscribe now.

ଦେଶରେ ହୁହୁ ହୋଇ ବଢୁଛି ତୈଳ ଦର ବଢୁଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପେଟ୍ରୋଲ ଉପରେ ୨.୫୦ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ ବୋଲି କହିଛନ୍ତି । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ୟ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ କରିଥାନ୍ତି । ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା ପୂର୍ବରୁ ଅନ୍ୟାନ୍ୟ ଡ୍ୟୁଟି ଓ ସେସ୍‌ରେ ସଂସ୍କରଣ ହୋଇସାରିଛି।

କୃଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି । ହୁ ହୁ ହୋଇ ତେଲ ଦର ବଢ଼ୁଥିବାରୁ ଏହି ସେସ୍ କିପରି ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ, ସେଥିପାଇଁ ଉତ୍ପାଦନ ଶୁଳ୍କକୁ କମାଇ ଏହାକୁ ଭରଣା କରାଯିବ । ତେବେ ଏଥିରେ ରାଜ୍ୟଗୁଡିକ କ୍ଷତି ସହିବା ଆଶଙ୍କା ରହିଛି ।

୨୦୨୧-୨୨ ବଜେଟରେ ଡିଜେଲ ଓ ପେଟ୍ରୋଲ ଉପରେ ଏଗ୍ରିକଲଚର ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭେଲୋପମେଂଟ ସେସ୍ ବସାଇଛନ୍ତି ମୋଦୀ ସରକାର । ଗତ ୧୦ ମାସ ମଧ୍ୟରେ ପେଟ୍ରୋଲ ଦର ୧୬ ଟଙ୍କା ଓ ଡିଜେଲ ଦାମ ଲିଟର୍ ପିଛା ୧୪ ଟଙ୍କା ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.