କଟକରେ ଦଶହରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ । ଭସାଣୀ ଉପରେ ନଜର ।
କୋଭିଡ୍ କଟକଣା ମଧ୍ୟରେ ଏଥର ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ସେଥିଲାଗି ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚାଲିଛି । ପୂଜା ପାଇଁ କଟକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ସହରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଡିସିପି ପ୍ରତୀକ ସିଂହଙ୍କ ଏ ନେଇ ସୂଚନା ଦେଇଛନ୍ତି ।
ସେହିଭଳି ଶହେ ଅଫିସର ତାଦରଖ ଦାୟିତ୍ୱରେ ରହିବେ । ଏହାଛଡା ଭସାଣୀ ଉପରେ କଡ଼ା ନଜର ରଖାଯିବ । ଭସାଣ ପାଇଁ ୧୪ଟି ସ୍ଥାନ ଚିହ୍ନଟ ହୋଇଛି । ସହରରେ ଚାନ୍ଦା ଆଦାୟକାରୀଙ୍କ ଉପରେ କଡା ନଜର ରଖାଯିବ । କୋଭିଡ କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ସହରରେ ମାତ୍ର ୯ଟି ପୂଜା ମଣ୍ଡପକୁ ଛାଡିଦେଲେ ଅନ୍ୟ ମଣ୍ଡପଗୁଡିକରେ ମା’ଙ୍କର ୪ ଫୁଟରୁ ଉଚ୍ଚ ମୂର୍ତ୍ତିକୁ ପୂଜା ଅନୁମତି ନାହିଁ । ଫଳରେ ପୂଜା କମିଟିଗୁଡି କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି ।