THE BYAPINI

‘ପୁଅକୁ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବି’

Get real time updates directly on you device, subscribe now.

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ରୁ୍ୟ ଉପରୁ ଏଯାଏ ହଟିିନି ପରଦା । ଆଦିତ୍ୟଙ୍କ ମୃତ୍ୟୁକୁ ୭ ମାସ ପୁରିବାକୁ ଯାଉଛି ହେଲେ ଏଯାଏ ହତ୍ୟାକାରୀକୁ ଗିରଫ କରାଯାଇନାହିଁ । ଆଦିତ୍ୟଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । କହିଛନ୍ତି ଯେ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ୟ୍ୟନ୍ତ ଲଢିବି । ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବି ବୋଲି ମାନବପ୍ରେମୀଙ୍କ ବାପା କହିଛନ୍ତି ।

ଆଦିତ୍ୟ ଦାସଙ୍କ ବାପା କହିଛନ୍ତି, ଜିଆରପି ପୁଲିସ ଓ କ୍ରାଇମବ୍ରାଞ୍ଚ ହତ୍ୟାକାରିକୁ ଜାଣିଛନ୍ତି କିନ୍ତୁ ବଡ଼ ବଡିଆଙ୍କ ଚାପରେ ହତ୍ୟା ମାମଲାକୁ ଚାପୁଛନ୍ତି ଓ ଆତ୍ମହତ୍ୟା ବୋଲି କହୁଛନ୍ତି। ମୋ ପୁଅକୁ ଯୋଜନା କରି ହତ୍ୟା କରାଯାଇଛି। ଆମେ ସିବିଆଇ ତଦନ୍ତ କରିବାକୁ ଦାବି କରିଛୁ। ମୋ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ୟ୍ୟନ୍ତ ଲଢିବି ବୋଲି ସେ କହିଛନ୍ତି ।
ଆଦିତ୍ୟ ଦାସଙ୍କର ମୃତ ଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା ପୁଲିସ । ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା ଜ୍ଝ ତେବେ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ୟ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଥିଲା ଜ୍ଝ

Get real time updates directly on you device, subscribe now.

Leave A Reply

Your email address will not be published.