ଫୋକସରେ ମନ୍ଦିର ବିକାଶ
ମନ୍ଦିରମାଳିନୀ ଓଡିଶାରେ ରହିଛି ଅନେକ ମନ୍ଦିର । ପ୍ରାଚୀନ ମନ୍ଦିରର ପ୍ରାଚୀନ କଳା ପାଇଁ ସାରା ଦେଶରେ ଓଡିଶାର ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ପ୍ରାଚୀନ ମନ୍ଦିର ଓ ପ୍ରସିଦ୍ଧ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ସରକାର ଫୋକସ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରାଜ୍ୟର ମନ୍ଦିର ଉନ୍ନତିକରଣ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀମାନେ ବଲାଙ୍ଗିର ଓ ବରଗଡ ଜିଲ୍ଲା ଗସ୍ତରେ ଯାଇ ପହଞ୍ଚିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସଚିବ ଭିନୀଲ କ୍ରିଷ୍ଣା, ଅନୁ ଗର୍ଗ ମଧ୍ୟ ସାମିଲ ଅଛନ୍ତି । ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି ସୁକତେଲ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବ ।
ପ୍ରଥମେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ପରେ ଏବେ ନୃସିଂହନାଥ ଓ ହରିଶଙ୍କରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ତେଣୁ ଏହି ମନ୍ଦିର ଦୁଇଟିର ସମୀକ୍ଷା ପାଇଁ ଆଜି ବଲାଙ୍ଗିର ଗସ୍ତରେ ହାଇଲେଭଲ ଟିମ ।