‘ଦମ୍ ଅଛି ତ ବିତର୍କ କର’
ରେଳ ବଜେଟରେ ବ୍ୟୟବରାଦ ନେଇ ବିଜୁ ଜନତା ଦଳର ଖୋଲା ଚ୍ୟାଲେଂଜ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ଦମ୍ ଅଛି ତ ଏହା ଉପରେ ବିତର୍କ କର, ଏମିତି ଖୋଲା ଚ୍ୟାଲେଞ୍ଜ ବିଜେପିକୁ କରିଛି ବିଜେଡି । ବିଜେଡିର ଗର୍ଜନ ପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ‘ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡ଼ି । ‘ଆମେ ଖୋଲା ବିତର୍କ ପାଇଁ ରାଜି ଅଛୁ ।
ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି, ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେ ବଜେଟ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ଦର୍ଶାଉଛି । କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ହିସାବ ଦେଇଛି ବିଜେଡି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଏଯାଏଁ ମାତ୍ର ୩୦ରୁ ୪୦ ପ୍ରତିଶତ କାର୍ୟ୍ୟ ହୋଇଛି। ସବୁଠୁ ମନ୍ଥର ଗତିରେ ଏହି ରେଳ ଲାଇନ୍ ନିର୍ମାଣ କାର୍ୟ୍ୟ ଚାଲିଛି । ଏହି କାର୍ୟ୍ୟ ଉପରେ କ’ଣ କେନ୍ଦ୍ରମନ୍ତ୍ରୀଙ୍କ ନଜର ପଡୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ପ୍ରତିବର୍ଷ ରେଳବାଇ କ୍ଷେତ୍ରରୁ କେନ୍ଦ୍ରକୁ ଓଡ଼ିଶା ୨୦ ହଜାର କୋଟି ଟଙ୍କା ଦେଉଛି । କିନ୍ତୁ ଦୁଃଖର ବିଷୟ, ଏଯାଏଁ ୬ଟି ଜିଲ୍ଲାରେ ରେଳ ଲାଇନ୍ ସଂଯୋଗ ହୋଇନି । ଏପରି କେଉଁ ଭାବରେ ଓଡ଼ିଶାକୁ ନ୍ୟାୟ ମିଳୁଛି ବୋଲି ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜେଡି । ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଏନ୍ ଡି ଏ ସରକାର ଓଡିଶାରେ ରେଳ ବାଇର ବିକାଶ ପାଇଁ ୩୭ ହଜାର କୋଟି ଦେଇଛି । କିନ୍ତୁ ରେଳ ଲାଇନ୍ ପାଇଁ ଆବଶ୍ୟକିୟ ଭିତ୍ତିଭୂମି ଯୋଗାଉନାହାନ୍ତି ରାଜ୍ୟ ସରକାର’ । ଜୁନ ୨୦୧୯ ରେ ରେଳ ମନ୍ତ୍ରୀ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ କେତେ ଦୂର ଗଲା ବୋଲି ପଚାରି ଥିଲେ । ରାଜ୍ୟ କାହିଁକି ତାହାର ଉତ୍ତର ଦେଇ ନଥିଲା । ଖାଲି ରେଳ ବାଇ ନୁହେଁ ସବୁ ସେକ୍ଟରରେ ମଧ୍ୟ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଯୋଗାଇଛନ୍ତି ବୋଲି ଗୋଲକ ମହାପାତ୍ର କହିଛନ୍ତି ।