THE BYAPINI

ଟିକା ନ ନେଲେ ଦରମା ବନ୍ଦ

Get real time updates directly on you device, subscribe now.

ଟିକା ନ ନେଲେ ଦରମା ବନ୍ଦ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ ।

୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ବନ୍ଦ ହେବ ଦରମା । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ କୋଭିଡ ଟିକା ନେବାକୁ ବାଧ୍ୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି । ପଞ୍ଜିକରଣ ପରେ କୋଭିଡ୍ ଭ୍ୟାକ୍ସିନ ନେଉନଥିବା ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ଚଳିତମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

କରୋନା ଭାଇରସ ମହାମାରୀ ଯୋଗୁଁ ରାଜ୍ୟରେ ଏପର୍ୟ୍ୟନ୍ତ ୩ ଲକ୍ଷ ୩୫ ହଜାର ୪୬୬ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୩ ଲକ୍ଷ ୩୨ ହଜାର ୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ୟ୍ୟନ୍ତ ୧୯୦୮ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ରାଜ୍ୟରେ ୮୯୪ ଜଣ ଲୋକ ସକ୍ରିୟ ଆକ୍ରାନ୍ତ ହୋଇଛନ୍ତି। ‌ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ତେବେ ଏହି ଟିକାକରଣ କ୍ଷେତ୍ରରେ ରାଜ୍ୟରେ କଟକ ପଛୁଆ ହୋଇ ରହିଛି, ଯାହା ରାଜ୍ୟ ପାଇଁ ଅପବାଦର ବିଷୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

Get real time updates directly on you device, subscribe now.

Leave A Reply

Your email address will not be published.