THE BYAPINI

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୦୪ ନୂଆ ପଜିଟିଭ୍ ଚିହ୍ନଟ, ୧୬ ମୃତ ।

Get real time updates directly on you device, subscribe now.

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଆସିଛି । ଆଜି ରାଜ୍ୟରେ ୧୯୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯ ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟାରେ ୧୬ ଜଣ କରେନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି 

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୨ , ଗଞ୍ଜାମ ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୬୬, ବାଲେଶ୍ବର ଜିଲ୍ଲାରୁ ୯୦, କୋରାପୁଟ ଜିଲ୍ଲାରୁ ୩୬, ଭଦ୍ରକରୁ ୧୯, ରାୟଗଡ଼ା ଜିଲ୍ଲାରୁ ୧୭, ପୁରୀ ଜିଲ୍ଲାରୁ ୪୯, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦, ଜଗତସିଂହପୁର ଜିଲ୍ଲାରୁ ୭୩, ସମ୍ବଲପୁର ଜିଲ୍ଲାରୁ ୩୪, କଳାହାଣ୍ଡି ଜିଲ୍ଲାରୁ ୭୬, ଯାଜପୁର ଜିଲ୍ଲାରୁ ୪୯, କନ୍ଧମାଳ ଜିଲ୍ଲାରୁ ୧୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬, ମାଲକାନଗିରି ଜିଲ୍ଲାରୁ ୩୦, ଗଜପତି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୯୩ , ଝାରସୁଗୁଡ଼ା ଜିଲ୍ଲାରୁ ୫୧, ଢେଙ୍କାନାଳ ଜିଲ୍ଲାରୁ ୫୦, ନବରଙ୍ଗପୁର ଜିଲ୍ଲାରୁ ୪୩, କେନ୍ଦୁଝର ଜିଲ୍ଲାରୁ ୫୬, ସୁବର୍ଣ୍ଣପୁର ଜିଲ୍ଲାରୁ ୭୩, ଅନୁଗୁଳ ଜିଲ୍ଲାରୁ ୧୦୯, ବରଗଡ଼ ଜିଲ୍ଲାରୁ ୩୫, ନୂଆପଡ଼ା ଜିଲ୍ଲାରୁ ୧୨୮, ଦେବଗଡ଼ରୁ ୨୧ ଓ ବୌଦ୍ଧ ଜିଲ୍ଲାରୁ ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୪୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୨,୪୯,୫୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୪୫୪ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.