THE BYAPINI

ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା

Get real time updates directly on you device, subscribe now.

ବିଜେଡିର ନୂଆ ସହପର୍ୟ୍ୟବେକ୍ଷକ ତାଲିକା ଘୋଷଣା । ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସହ–ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ଲାଗି କୁନା ବିହାରୀ ଦାସଙ୍କୁ ସହ-ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଦେବୀପ୍ରସାଦ ତ୍ରିପାଠୀ, ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଦେବାଶିଷ ମଲ୍ଲିକ, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ରଞ୍ଜିତ ମହାପାତ୍ରଙ୍କୁ ସହ-ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତାଙ୍କ ସହ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂଗ୍ରାମକେଶରୀ ପାଇକରାୟ, ରଘୁନାଥପାଲି ପାଇଁ ଶିଶିର ପରିଜା, ରାଜଗାଙ୍ଗପୁର ପାଇଁ ଆଶିଷ ଚକ୍ରବର୍ତ୍ତୀ ଓ ରାଉରକେଲା ପାଇଁ ଅସିତ ପଟ୍ଟନାୟକ ସହପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.