କାହାକୁ ଇଂଗିତ କରୁଛନ୍ତି ସୂର୍ଯ୍ୟ ପାତ୍ର?
ସୂର୍ଯ୍ୟଙ୍କ ଇଂଗିତ କେଉଁଆଡେ ? ଆନ୍ଧ୍ର ଅଧିକାରୀଙ୍କ ଆଗରେ ନିଜର ପରିଚୟ ଦେଇ କହୁ କହୁ କହିଦେଲେ ସୂର୍ଯ୍ୟପାତ୍ର । ସୂର୍ଯ୍ୟପାତ୍ର କହିଛନ୍ତି, ସେ ବିଜୁ ପଟ୍ଟନାୟକଙ୍କ ଅମଳରେ ମନ୍ତ୍ରୀ ଥିଲେ, ଏବଂ ନବୀନଙ୍କ ସମୟରେ ମଧ୍ୟ ମନ୍ତ୍ରୀ ଥିବା କଥା ଉଲ୍ଲେଖ କରିଥିଲେ । ହେଲେ ଆହୁରି ରୋଚକ ଥିଲା ତାଙ୍କ ପରବର୍ତୀ କଥାଟି । କାରଣ ଆଗକୁ କେଉଁ ପଟ୍ଟନାୟକ ଆସିବେ ଦେଖିବା ବୋଲି କଥାବାର୍ତାବେଳେ ଆନ୍ଧ୍ର ପ୍ରତିପକ୍ଷଙ୍କୁ କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ମଙ୍ଗଳବାର ବିଧାନସଭାରେ ପହଚିଂଥିଲେ ଆନ୍ଧ୍ର ବିଧାନପରିଷଦର ସମେତ ଅନ୍ୟ ଜଣେ ବିଧାୟକ ଓ କିଛି ଅଧିକାରୀ ।ଏକ ସରକାରୀ ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ସହିତ ଭାଷା ଭିତିକ ଆଲୋଚନା ଚାଲିଥିଲା । ଏତିକିବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପରିଚୟ ଦେଇ ଆନ୍ଧ୍ର ପ୍ରତିପକ୍ଷଙ୍କୁ ଦୀର୍ଘ ରାଜନୈତିକ ଅଭିଜ୍ଞତା ବାବଦରେ ଅବଗତ କରାଇଥିଲେ ।ସେ କିଭଳି ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ୧୬ଟି ବିଭାଗ ସମ୍ଭାଳିଛନ୍ତି ସେହି କଥା କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏତିକିବେଳେ ସେ କହିଥିଲେ ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଅମଳରେ ମନ୍ତ୍ରୀ ଥିଲେ ଆଗକୁ କେଉଁ ପଟ୍ଟନାୟକ ଆସିବେ ଦେଖିବା । ତେବେ କେଉଁ ପଟ୍ଟନାୟକଙ୍କ କଥା କହୁଛନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର । ନବୀନଙ୍କ ପରେ ଆଉ କେଉଁ ପଟ୍ଟନାୟକ ଆସିବେ ବୋଲି କରିଛନ୍ତି ଇଂଗିତ । ତାକୁ ଏବେ ଜୋର ଧରିଛନ୍ତି ଚର୍ଚ୍ଚା ।
ବିଧାନସଭାରେ ଦୀର୍ଘ ଅଭିଜ୍ଞତା ଥିବାଏହି ବରିଷ୍ଠ ନେତାଙ୍କ ଇସାରା କୁଆଡେ? ନବୀନଙ୍କ ପରିବାରର ଆଉ କେହି ରାଜ୍ୟ ମଂଗ ଧରିବା ନେଇ ଇସାରା କରିଛନ୍ତି କି ବାଚସ୍ପତି ?ପୂର୍ବରୁ ନବୀନଙ୍କ ପରିବାର ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା