THE BYAPINI

ଫୋକସରେ ପଶ୍ଚିମ ଓଡ଼ିଶା

Get real time updates directly on you device, subscribe now.

ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଫୋକସ ପଶ୍ଚିମ ଓଡିଶା । ବିଜେପିର ସେଭ୍ ଜୋନ କୁହାଯାଉଥିବା ପଶ୍ଚିମ ଓଡିଶାରେ ପୁଣି ଥରେ ସବୁଜ ବାନା ଉଡାଇବାକୁ ତତ୍ପର ହୋଇ ଉଠିଲାଣି ବିଜେଡି । ଆଉ ଏଥିପାଇଁ ଏବେ ଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖାସକରି ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏଠାରେ ବିଜେଡି ନିଜର ପରାକ୍ରମ ଦେଖାଇବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛି ।

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦରଗଡ ଗସ୍ତ କରି ନୂଆ ହକି ଷ୍ଟାଡିୟମର ଭିର୍ତିପ୍ରସ୍ତର ସ୍ଥାପନ କରିବେ ନବୀନ । ହେଲେ ତା ପୂର୍ବରୁ ଜିଲ୍ଲାରେ ଡେରା ପକାଇଛନ୍ତି ମନ୍ତ୍ରୀ, ବିଧାୟକ । ସୁନ୍ଦରଗଡ ବିଜେପିର ଗଡ ହୋଇଥିବା ବେଳେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହାକୁ ଫୋକସରେ ରଖି ଦଳ ଏବେ ବଳ କଷିଛି । ୨୦୧୭ରେ ପଶ୍ଚିମ ଓଡିଶାରେ ପଂଚାୟତ ନିର୍ବାଚନର ଫଳାଫଳ ବିଜେଡି ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଯାହା ଫଳାଫଳ ହେବ ବୋଲି ବିଜେଡି ଆଶା କରିଥିଲା ତାହା ହୋଇନଥିଲା । ତେଣୁ ୨୦୧୯ ନିର୍ବାଚନ ଦଳ କିପରି ପାର କରିବ ତାକୁ ନେଇ ଚିନ୍ତାରେ ପଡିଯାଇଥିଲା । ୨୦୧୯ରେ ବି ଦଳ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିପାରିଥିଲା । ବିଧାନସଭାରେ ଲୋକେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଥିବା ବେଳେ ଲୋକସଭା ଭୋଟରେ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭା ଆସନ ବିଜେପି ହାତେଇଥିଲା । ତେଣୁ ବିଜେପିର ପ୍ରଭାବକୁ କମ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କେତେ ପ୍ରଭାବୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଧାନ ବିକ୍ରିକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚାଷୀ ଘେରିଥିଲେ । ଫଳରେ ସର୍କିଟ ହାଉସରେ ୨ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ । ସର୍କିଟ ହାଉସ ରାସ୍ତାରେ ମନ୍ତ୍ରୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ୨ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇଥିବା ପଂଚାୟତ ତଥା ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ଚଷୀଙ୍କ ଆକ୍ରୋଷର ଶିକାର ହୋଇଥିଲେ । ପ୍ରଥମେ ଟାଙ୍ଗରପାଲିରେ ମନ୍ତ୍ରୀଙ୍କୁ ଚାଷୀ ମାନେ ଘେରାଉ କରିଥିଲେ । ଏହା ପରେ ସୁନ୍ଦରଗଡ ସହରରେ ଚାଷୀ ମାନେ ପୁଣି ସର୍କଟହାଉସ ରାସ୍ତାରେ ଅବରୋଧ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.