THE BYAPINI

ଓଡିଶାରେ ପଡିଶା ଭୋଟ୍

Get real time updates directly on you device, subscribe now.

ଆନ୍ଧ୍ରର ଦାଦାଗିରି । କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଓଡିଶାରେ ପଂଚାୟତ ନିର୍ବାଚନ କରିଛି ଆନ୍ଧ୍ର । ଓଡିଶାରେ ଆନ୍ଧ୍ରର ନିର୍ବାଚନ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ନିର୍ବାଚନ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଥିଲେ । ହେଲେ ବିଜୟନଗରମ୍ ଜିଲ୍ଲାପାଳ ଏହି ଚିଠିକୁ ଖାତିର ନକରିନାହାନ୍ତି ।

କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଂଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର ।ଦୁ ଇଟି ପଂଚାୟତ ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଫାଟୁସିନେରି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଓଡିଶା ଭୋଟର । ଫାଟୁସିନେରି ଆନ୍ଧ୍ରର ମାତ୍ର ୨ଟି ଗାଁ ରହିଥିବା ବେଳେ ଓଡିଶାରୁ ରହିଛି ୬ଟ ଗାଁ । ମୋଟ ୧୦୨୫ ଜଣ ଭୋଟର ଥିବା ବେଳେ ୬୧୫ ଜଣ ଭୋଟ ଦେଇଛନ୍ତି । କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘାରେ ଚୂନ ସଦୃଶ୍ୟ ହୋଇ ସାମନାକୁ ଆସିଛି ।

ଓଡିଶାର ଲୋକଙ୍କୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରି ଲୋଭ ଦେଖାଇ, ନିଜର କରିବା ପାଇଁ ସବୁ ବଳ ଲଗାଇ ଦେଇଛି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ । ଓଡିଶାର ଫାଟୁସିନେରି ଅଂଚଳକୁ ମାଡି ବସିବା ପାଇଁ କେବେଳ ନିର୍ବାଚନ କରିନି ଆନ୍ଧ୍ର । ବଂର ନିର୍ବାଚନକୁ ସଫଳ କରିବା ପାଇଁ ଓଡିଶା ଲୋକଙ୍କର ଜୀବନକୁ ବାଜିରେ ଲଗାଇବାକୁ ପଛାଇନି ଆନ୍ଧ୍ର ପ୍ରଶାସନ ।ଘାଟି ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଲଦାଲଦି କରି ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେଇଛି ଆନ୍ଧ୍ର ପ୍ରଶାସନ ।
ଓଡିଶାର ଲୋକଙ୍କୁ ଆନ୍ଧ୍ର ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଆଡକୁ କରିବାକୁ ଉଦ୍ୟମ କରୁଥିବା ବେଳେ କୋଟିଆଠୁ କିଛି ଦୂରରେ କୋରାପୁଟ ଜିଲ୍ଲା ପ୍ରଶାସନ ବିିଭିନ୍ନ ସାଂ୍ସ୍କୃତିକ କାର୍ଯ୍ୟକ୍ରମ କରି ଲୋକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛି । ଫଳରେ ବହୁ ଲୋକ ଭୋଟ ଦେବାକୁ ଯାଇନଥିବା ଜଣାପଡିଛି ।

ସେପଟେ କୋଟିଆ ଭଳି ଗଂଜାମ ଜିଲ୍ଲାର ପାତ୍ରପୁରରେ ମଧ୍ୟ ନିର୍ବାଚନ କରିଛି ଆନ୍ଧ୍ର । ପାତ୍ରପୁରର ବ୍ଲକର ତୁମ୍ବା ପଂଚାୟତରେ ବି ମତଦାନ ହୋଇଛି । କେବଳ କୋରାପୁଟ, ଗଂଜାମ, ନୁହେଁ ଗଜପତି ଜିଲ୍ଲାର କେତେକ ସୀମାନ୍ତବର୍ତୀ ଗାଁରେ ମଧ୍ୟ ପଂଚାୟତ ନିର୍ବାଚନ କରିଛି ଆନ୍ଧ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.