ଦାଦା ବଟିକୁ ନା । ଦାଦାବଟି ରୋକିବାକୁ ହେଲପ-ଲାଇନ ନମ୍ବର ଜାରି କଲେ ପୁଲିସ ମହାନିର୍ଦ୍ଦେଶକ ।
ଆଉ ଏଥର କ୍ଷମା ନାହିଁ । ଦାଦାବଟି ଆଦାୟ କରୁଥିଲେ ବନ୍ଧା ହେବ ନିଶ୍ଚୟ । ଆଉ ଜାମିନ ନମିଳିବାର ବ୍ୟବସ୍ଥା ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ଏନ୍ଏସ୍ଏ ଲଗାଯିବାର ସମ୍ଭାବନା ମଧ୍ୟ ରହିଛି ।’ ଟ୍ୱିନ୍ ସିଟିରେ ଦାଦାବଟି ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ ।
ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ଦାଦାବଟି ବିରୋଧରେ ଅଭିଯୋଗ କରିବା ପାଇଁ ହେଲଫ ଲାଇନ ନଂବର ଜାରି କରିଛନ୍ତି । କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ନଂବର ହେଲା – ୯୯୩୮୯୧୦୦୦୦ । ଏହି ନଂବରରେ ଜନସାଧାରଣ କେହି ଦାଦାବଟି ମାଗୁଥିଲେ, ଧମକ ଦେଲେ ଅଭିଯୋଗ କରିପାରିବେ ।
ପୂର୍ବରୁ ଦାଦାବଟିକୁ ନାଁ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଏହି ଅଭିଯାନ ମାଧ୍ୟମରେ ଅନେକ ଅପରାଧିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ମଧ୍ୟ ରହିଛି । ତେବେ ଏହାକୁ ଏବେ ଜୋରଦାର କରିଛି ପୋଲିସ ।