THE BYAPINI

ହକି ପାଇଁ ହୃଦୟ ଖୋଲିଦେଲେ : ସୁନ୍ଦରଗଡ଼କୁ ସୁପ୍ରିମୋ ଦେଲେ ବଡ ଭେଟି

Get real time updates directly on you device, subscribe now.

ହକି ପାଇଁ ହୃଦୟ ଖୋଲିଦେଲେ ନବୀନ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦେଶର ସବୁଠୁ ବଡ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରି ସୁନ୍ଦରଗଡବାସୀଙ୍କୁ ମନ ଜିଣି ନେଇଛନ୍ତି ନବୀନ । କେବଳ ଯେ ଷ୍ଟାଡିୟମ ହେବ ତାହା ନୁହେଁ ବରଂ ଏହି ଷ୍ଟାଡିୟମରେ ଖେଳିବେ ବିଶ୍ୱର ବଛା ବଛା ହକି ଖେଳାଳି । କାରଣ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହ ସୁନ୍ଦରଗଡର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ । ଏନେଇ ଆଜି ସୁନ୍ଦରଗଡ ସଭାସ୍ଥଳରୁ ଘୋଷଣା କରିଛନ୍ତି ସୁପ୍ରିମୋ । ସୁନ୍ଦରଗଡର ଭବ୍ୟ ଷ୍ଟାଡିୟମକୁ ଦେଖିବ ପୂରା ବିଶ୍ୱ । ଏହାଦ୍ୱାରା ସୁନ୍ଦରଗଡରେ ହକିର ନୂଆ ଯୁଗ ଆରମ୍ଭ ହେବ ବୋଲି କୁହାଯାଉଛି । ହକିର ହବ ପାଲଟିଥିବା ସୁନ୍ଦରଗଡ ଏବେ ବିଶ୍ୱବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଛି । ଆଉ ଏହାର ପୂରା ରୋଡମ୍ୟାପ୍ ପ୍ରସ୍ତୁତ କରି ସାରିଛନ୍ତି ନବୀନ ।

ଦେଶର ସବୁଠୁ ବଡ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ ସହ ସୁନ୍ଦରଗଡକୁ ନୂଆ ପରିଚୟ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନବୀନ । ନିଜ ଅଭିଭାଷଣରେ ନବୀନ କହିଛନ୍ତି, ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ । ଏହାର ପାଣି ଓ ପବନରେ ହକି ପ୍ରତି ଦୁର୍ବଳତା ରହିଛି । ସୁନ୍ଦରଗଡରୁ ଅନେକ ହକି ଖେଳାଳି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଆଉ ଏହା ଭିତରେ ସୁନ୍ଦରଗଡରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ । ତେବେ ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ନେଇ ଯେତେବେଳେ ପ୍ରସ୍ତାବ ଆସିଲା ସେତେବେଳେ ପ୍ରଥମେ ସୁନ୍ଦରଗଡ କଥା ମୋ ମନକୁ ଆସିଲା ବୋଲି କହିଛନ୍ତି ନବୀନ । ଯାହା ଦର୍ଶାଉଥିଲା ହକି ଓ ସୁନ୍ଦରଗଡବାସୀଙ୍କ ପାଇଁ ନବୀନଙ୍କର ଭଲପାଇବା ।

କେବଳ ହକି ଷ୍ଟାଡିୟମ ନୁହେଁ ବରଂ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ଯେଉଁଥିରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିମଳ ଠାରୁ ଆରମ୍ଭ କରି ଗମନାଗମନ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ନବୀନ । ଆଉ ଏଥିପାଇଁ ମୋଟ ୪୯୧୫ କୋଟି ଟଙ୍କାର ଭେଟି ସୁନ୍ଦରଗଡବାସୀଙ୍କୁ ଦେଇଛନ୍ତି ନବୀନ । ଆଉ ଏହି ପ୍ରକଳ୍ପ ସରିବା ବେଳକୁ ବଦଳିସାରିଥିବା ସୁନ୍ଦରଗଡର ରୂପରେଖ । ବଣ ପାହାଡ ପର୍ବତ ଘେରା ସୁନ୍ଦରଗଡକୁ ନୂଆ ରୂପ ଦେବାକୁ ନକ୍ସା ପ୍ରସ୍ତୁତ କରିସାରିଛନ୍ତି ନବୀନ ।

Get real time updates directly on you device, subscribe now.

Leave A Reply

Your email address will not be published.