THE BYAPINI

ସମଲେଶ୍ୱରୀ ମନ୍ଦିରକୁ ୨୦୦ କୋଟି

Get real time updates directly on you device, subscribe now.

ମା ସମଲେଶ୍ୱରୀ ମନ୍ଦିର ପାଇଁ ସରକାରଙ୍କ ବଡ ଘୋଷଣା । ପୁରୀ ଶ୍ରୀ ମନ୍ଦିର, ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ବଲପୁରର ଆରାଧ୍ୟ ଦେବୀ ମା ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି। ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ମା ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର।

ମା ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ‘ସମଲେଇ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯୋଜନା ଅନୁଯାୟୀ ମନ୍ଦିରର ୪ ଦିଗରେ ୪ ସୁଦୃଶ୍ୟ ଐତିହ୍ୟ ଦ୍ଵାର ସହ କରିଡର ନିର୍ମାଣ କରାଯିବ। ଭକ୍ତଙ୍କ ବେଢା ପରିକ୍ରମା ପାଇଁ ୧ କିଲୋମିଟର ରାସ୍ତା ହେବ। ଏଥିସହ ପାର୍କିଂ ସ୍ଥଳ, ଭେଣ୍ଡିଂ ଜୋନ୍ ଏବଂ ଶୌଚାଳୟ ନିର୍ମାଣ ହେବ। ଯୋଜନାରେ ସେବାୟତଙ୍କ ପ୍ରତି ମଧ୍ୟ ରାଜ୍ୟ ସରକାର ଗୁରୁତ୍ଵାରୋପ କରିଛନ୍ତି। ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ କରାଯିବ। ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।

ଏହା ସହ ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ୟ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ତାସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବଧ ହେବ । ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧା ର ବିକାଶ କରାଯିବ । ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ। ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ ୫ ଏମଏଲଡି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହାସହିତ ସେଠାରେ ପର୍ୟ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ ।

ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାଶ୍ୱର୍କୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଊରମଳ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ ।

Get real time updates directly on you device, subscribe now.

Leave A Reply

Your email address will not be published.