THE BYAPINI

ଆରମ୍ଭରୁ କୋଟିଆ

Get real time updates directly on you device, subscribe now.

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନ । ରାଜ୍ୟପାଳଙ୍କ ଅଭିଭାଷଣର ପରମ୍ପରା । ଅନୁମାନ ମୁତାବକ ସେସନ୍ ଆରମ୍ଭ ହେଉ ହେଉ ବିରୋଧୀ କୋଟିଆ ପ୍ରସଙ୍ଗକୁ ନେଇ ନିଜର ଶାଣିତ ଆଉ କଡା ଆଭିମୁଖ୍ୟ ଦେଖାଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ବୟକଟ କରିଛନ୍ତି । ରାଜ୍ୟପାଳ ଯେତେବେଳେ ସରକାରଙ୍କ ସଫଳତାର ତାଲିକା ଆଉ ଉପଲବ୍ଧିର ହିସାବ ଦେଉଥିଲେ ସେତେବେଳେ କଂଗ୍ରେସ ଉଠାଇଥିଲା କୋଟିଆ ପ୍ରସଙ୍ଗ । ପେଟ୍ରୋଲ, ଡିଜେଲ ଦରବୃଦ୍ଧିକୁ ବି ସ୍ଥାନ ଦେଇଥିଲା କଂଗ୍ରେସ । ଆଉ କକ୍ଷତ୍ୟାଗ କରି ପ୍ରତିବାଦ କରିଥିଲା ଦଳ । ଆଇନଶୃଙ୍କଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ମଧ୍ୟ କହିବାକୁ ଭୁଲି ନଥିଲା ଦଳ । ବଡ କଥା ହେଉଛି, ରାଜ୍ୟପାଳଙ୍କ ଅଭିଭାଷଣକୁ ବୟକଟ କରି ଏକ ବଡ ସଂକେତ ଦେବାକୁ କଂଗ୍ରେସ ଚାହିଁଛି । ଯାହା ଦର୍ଶାଉଛି ଆଗାମୀ ଦିନରେ ସରକାରଙ୍କ ପାଇଁ ବଜେଟ ଅଧିବେଶନ ଏତେ ସହଜ ହେବନାହିଁ ।

ସେହିଭଳି ବିଜେପି ମଧ୍ୟ କୋଟିଆ ପ୍ରସଙ୍ଗକୁ ଉଠାଇ କକ୍ଷତ୍ୟାଗ କରିଛି । ବଜେଟ ଅଧିବେଶନରେ କୋଟିଆ ତାତି ଛାଇ ରହିବା ସ୍ପଷ୍ଟ । କାରଣ ଓଡିଶାସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ନିର୍ବାଚନ କରାଇବା କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଜୋର ଜବରଦସ୍ତ ଓଡିଶାର ଅଂଚଳକୁ ନିଜ ଅଂଚଳ ଭାବେ ଦର୍ଶାଇବା ପାଇଁ ହେଉଥିବା ଉଦ୍ୟମକୁ ସବୁ ସ୍ତରରରେ ବିରୋଧ କରାଯାଉଛି । ସରକାରୀ ସ୍ତରରେ ଯଦିଓ ଆନ୍ଧ୍ର ସହ ଲଢିବା ପାଇଁ ଉଦ୍ୟମ କରାଯାଉଛି, ହେଲେ ଏହା ଯଥେଷ୍ଟ ହେଉନାହିଁ । ସରକାରଙ୍କ ଦୋଷ ଦୁର୍ବଳତା ସ୍ପଷ୍ଟ ବାରି ହୋଇଯାଉଛି । ପୁଂଜା ପୁଂଜା ଯୋଜନା ଧରି ଆନ୍ଧ୍ର ଓଡିଶା ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଥିବା କୁହାଯାଉଛି । ଯାହା ଲୋକଙ୍କ ମନ ଭିତରେ ଆନ୍ଧ୍ର ପାଇଁ ଆନ୍ତରିକତା ବଢାଉଛି ।

ରାଜସ୍ୱ ମନ୍ତ୍ରୀ କୋଟିଆ ଯାଇ ମାମଲାର ଉଚ୍ଚସ୍ତରୀୟ ବୈଠକ କରି ସମାଧାନ କରିବା ବଦଳରେ ଗଣମାଧ୍ୟମରେ କେବଳ ବୟାନଟିଏ ଦେଇ ଦେଉଛନ୍ତି । ଯଦି ମାମଲା ଏତେ ସଂଗୀନ ରାଜସ୍ୱ ମନ୍ତ୍ରୀ ଅଂଚଳ ପରିଦର୍ଶନ କରିବାକୁ କାହିଁକି ଆଗଭର ହେଉନାହାନ୍ତି । ଏହା କଣ ତାଙ୍କ ଦାୟିତ୍ୱ କିମ୍ବା କର୍ତ୍ତବ୍ୟ ନୁହେଁ କି? ରାଜ୍ୟ ସରକାର କାହିଁକି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଇ କାର୍ଯ୍ୟ କରୁନାହାନ୍ତି? କାହିଁକି ମୁଖ୍ୟମନ୍ତ୍ରୀ ତୁରନ୍ତ ଅଂଚଳ ପରିଦର୍ଶନ କରି ଏହାର ସମାଧାନ କରିବା ପାଇଁ ଆଗଉ ନାହାନ୍ତି? କାହିଁକି ଲୋକଙ୍କ ମନରେ ଓଡିଶା ସରକାର ଆସ୍ଥା ସୃଷ୍ଟି କରିବାରେ ବିଫଳ ହେଉଛନ୍ତି?

ଅନୁମାନ କରାଯାଉଛି, ବିଧାନସଭାର ବଜେଟ ଅଧିବେଶନରେ ଏହି ମୁଦ୍ଦା ପ୍ରଭାବ ବିସ୍ତାର କରିବ । ହୁଏତ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ରଖୀବାକୁ ମଧ୍ୟ ପଡିପାରେ । ଆଉ ସେତେବେଳେ ଓଡିଶାବସୀ ସ୍ଡଷ୍ଟ ଭାବେ ଜାଣୀବେ ମାମଲା କେତେ ସଂଗୀନ । ସୁପ୍ରିମକୋର୍ଟରେ ଲଢି ରାଜ୍ୟ ନିଜ ଦାୟିତ୍ୱ ସାରିଦେଇଛି ନନ୍ନିଜ ଅଂଚଳ ପାଇଁ ସତରେ ଚିନ୍ତିତ ଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.