ସୈତାନ ମୁହଁରେ ସତ
ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । କେମିତି ହୋଇଥିଲା ପରୀ ହତ୍ୟା? ଏନେଇ ଅଭିଯୁକ୍ତ ସ୍ୱୀକାରୋକ୍ତିର ଏକ ଭିଡ଼ିଓ ସାମନାକୁ ଆସିଛି । ଅଭିଯୁକ୍ତର ବୟାନକୁ ଗୁପ୍ତ ଭାବେ ରେକର୍ଡ କରାଯାଇଛି । ଲାଏ ଡିଟେକ୍ଟନ ଟେଷ୍ଟ ପୂର୍ବରୁ ପାଖ ରୁମରେ ବସାଇ ଜଣେ ବିଶେଷଜ୍ଞ ଅଭିଯୁକ୍ତ ସହ କଥା ହୋଇଛନ୍ତି । ପରୀ ହତ୍ୟା ସଂପର୍କରେ ସେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଅଭିଯୁକ୍ତକୁ ପଚାରିଚାଲିଛନ୍ତି । ଆଉ ଅଭିଯୁକ୍ତ ବଂଚିବା ପାଇଁ ବିଶଷଜ୍ଞ ଜଣଙ୍କୁ ନେହୁରା ହୋଇ ସବୁ ପ୍ରଶ୍ନର ଉତର ଦେଇଛି ।
ଦୁଇ ଦିନ ତଳେ ‘ପରୀ’ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓକୁ ଚାର୍ଜସିଟ ସହ କୋର୍ଟରେ ଦାଖଲ କରିଛି ଏସଆଇଟି । ଅଭିଯୁକ୍ତର ଏହି ସ୍ୱୀକାରୋକ୍ତି ଭିଡିଓକୁ ପ୍ରମାଣ କରିବା ପାଇଁ ରେକର୍ଡ କରିଥିବା ସାଇଟିଂଫିକ ଅଫିସରଙ୍କୁ ସାକ୍ଷୀ ବନାଇଛି ଏସଆଇଟି । ଭିଡିଓରେ ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା । ଅଭିଯୁକ୍ତ ଜଣଙ୍କ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ହେଲେ ଦୁଷ୍କର୍ମ କରିନଥିଲା ବୋଲି ସେ ମାନି ଯାଇଛି । ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା ।
ପରୀ ଅଭିଯୁକ୍ତର ଏଭଳି ଭିଡିଓ ଆସିବା ପରେ ପ୍ରଶ୍ନ କରିଛନ୍ତି ପରୀର ମା । ସେ ପ୍ରଶ୍ନ କରିଛନ୍ତି ଅଭଯୁକ୍ତର ଏହି ଭିଡିଓ ବାହାରକୁ କିପରି ଆସିଲା? ଏବଂ ମାମଲାର ପୁଣି ଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ପୁଲିସ ଚାପରେ ଆସି ଅଭିଯୁକ୍ତ ଏପରି କହିଛି ନା ସଜାରୁ ବଂଚିବା ପାଇଁ ସାଇଟିଂଫିକ ଅଫିସରଙ୍କ ଆଗରେ ସତ ବଖାଣିଛି ତାହା ଆଗକୁ ଜଣାପଡିବ ।