‘ମୋ ମା’କୁ ଫାଶୀ ଦିଅନି’
ଭାରତରେ ପ୍ରଥମ ମହିଳା କଏଦୀ ଭାବେ ଫାଶୀ ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ସବନମ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ ବୟସ୍କ ପୁଅ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ତାଙ୍କ ମା’ଙ୍କ ତରଫରୁ ଦୟା ଏବଂ ରାଜକ୍ଷମା ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି। ନିଜ ପରିବାରର ୭ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ ଶବନମକୁ ଫାଶୀ ଦିଆଯିବ।
ମହମ୍ମଦ ତାଜ କହିଛନ୍ତି, ‘ରାଷ୍ଟ୍ରପତି ଅଙ୍କଲ ଜୀ, ମୋ ମା’ଙ୍କୁ କ୍ଷମା କରିଦିଅନ୍ତୁ।’ ଶବନମ ଜେଲକୁ ଆସିବାବେଳେ ୨ ମାସର ଗର୍ଭବତୀ ଥିଲେ। ଏବଂ ସେ ତାଜଙ୍କୁ ସେହି ଜେଲ୍ରେ ହି ଜନ୍ମ ଦେଇଛନ୍ତି ।୨୦୦୮ ମସିହାର ଘଟଣା । ଅମରୋହା ଜିଲ୍ଲାର ହସନପୁର କ୍ଷେତ୍ରରେ ଥିବା ବାବନଖେଡି ଗାଁରେ ରୁହନ୍ତି ଶିକ୍ଷକ ଶୌକତ ଅଲି । ଶୌକତ ଅଲ୍ଲୀଙ୍କ ଏକ ମାତ୍ର ଝିଅ ସବନମ । ସବନମ ସହିତ ସଲିମର ପ୍ରେମ ସମ୍ପର୍କ ଥିଲା । ସୁଫି ପରିବାରର ସବନମ ଇଁରାଜୀ ଏବଂ ଭୁଗୋଳରେ ଡବଲ ଏମଏମ କରିଥିଲେ । ସବନମଙ୍କ ପରିବାର ପାଖରେ ପ୍ରଚୁର ମାତ୍ରାରେ ଜମିବାଡି ଥିଲା । ଆଉ ସଲିମ ପଂଚମ ଫେଲ । ଏବଂ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା । ତେଣୁ ଦୁଇଜଣଙ୍କ ସମ୍ପର୍କକୁ ନେଇ ପରିବାର ଲୋକେ ବିରୋଧ କରୁଥିଲେ । ପରିବାରଲୋକଙ୍କ ଏହି ବିରୋଧାଭାଷକୁ ବରଦାସ୍ତ କରିପାରିଲେ ନାହିଁ ସବନମ । ନିଜ ପ୍ରେମ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତିଆରି କଲେ ହତ୍ୟାକାଣ୍ଡର ନିଳ ନକ୍ସା । ନିଜ ପ୍ରେମିକ ସଲିମ ସହିତ ମିଶି ରଚିଲେ ହତ୍ୟା ଷଡଯନ୍ତ୍ର । ସବନମ ନିଜ ବାପା, ମା, ୧୦ମାସର ଭଣଜା ସମେତ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରିଥିଲେ । କେହି କିଛି ବୁଝିବା ଆଗରୁ ଚାଲିଗଲା ସାତ ସାତଟି ଜୀବନ ।
ସବନମଙ୍କ ଗର୍ଭରୁ ତାଜ ୧୩ ଡିସେମ୍ବର ୨୦୦୮ରେ ମୋରାଦାବାଦ ଜେଲରେ ଜନ୍ମଗ୍ରହଣ କରିଥିଲେ। ପରେ, ସବନମଙ୍କ ବନ୍ଧୁ ଉସମାନ ସୈଫି ତାଜକୁ ଜୁଲାଇ ୩୦, ୨୦୧୫ରେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେଇଥିଲେ। ସେତେବେଳେ ତାଜ୍କୁ ବୟସ ମାତ୍ର ଛଅ ବର୍ଷ ସାତ ମାସ ହୋଇଥିଲା। ନୁଆରି ୨୧ରେ ରାମପୁର ଜେଲକୁ ଯାଇଥିଲେ ଏବଂ ତାଜ୍ଙ୍କୁ ତାଙ୍କ ମାଙ୍କୁ ଭେଟିବାକୁ ଦେଇଥିଲେ। ସାକ୍ଷାତ ସମୟରେ ସବନମ୍ ତାଙ୍କୁ କୁଣ୍ଢାଇ ଧରି ଜୋରରେ କାନ୍ଦିଥିଲେ। ସେ ତାଙ୍କୁ ଟଫି ଏବଂ ଟଙ୍କା ପ୍ରଦାନ କରିଥିଲେ ଏବଂ ସାକ୍ଷାତ ସମୟ ଶେଷ ନହେବା ପର୍ୟ୍ୟନ୍ତ ତାଙ୍କୁ ନିଜ ପାଖରେ ରଖିଥିଲେ। ତାଜ୍ଙ୍କୁ ସବନମ୍ ଜଣେ ଭଲ ମଣିଷ ହେବା ପାଇଁ କଠିନ ଅଧ୍ୟୟନ କରିବାକୁ ଏବଂ ତାଙ୍କୁ (ମା’କୁ) ଭୁଲିଯିବାକୁ କହିଥିଲେ ବୋଲି ଉସମାନ କହିଛନ୍ତି। ଉସମାନ ସବନମଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କୁ ଫାଶୀ ଦେବା ପୂର୍ବରୁ ସେ ତାଜକୁ ଶେଷ ଥର ପାଇଁ ଆଉଥରେ ତାଙ୍କ ନିକଟକୁ ନେବେ। ମୃତ୍ୟୁ ପୂର୍ବରୁ ପୁଅକୁ ଭେଟିବାରୁ ସବନମ୍ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ଉସମାନ କହିଛନ୍ତି।