THE BYAPINI

ଲେଉଟିବ କି ଲକଡାଉନ?

Get real time updates directly on you device, subscribe now.

ଲେଉଟିବ କି ଲକଡାଉନ । ମହାରାଷ୍ଟ, କେରଳ ପରେ ପଂଜାବ , ଛତିଶଗଡ, ମଧ୍ୟପ୍ରଦେଶରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ୫ ରାଜ୍ୟରେ ଗତ କିଛି ଦିନ ହେବ କରୋନା ଉପରମୁହାଁ ହେବା ପରେ ସତର୍କ କରିଛନ୍ତି କେନ୍ଦ୍ର ସରକାର । ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।

ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ଓଡିଶା ସରକାରଙ୍କ ଚିନ୍ତା ବଢିଛି । ଓଡିଶାରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ପଡୋଶୀ ରାଜ୍ୟରୁ ପ୍ରତିଦିନ ରାଜ୍ୟକୁ ହଜାର ହଜାର ଲୋକଙ୍କ ଯିବା ଆସିବା ଲାଗି ରହିଛି । ତେଣୁ ଓଡିଶାରେ ଆଗକୁ ଯେ ସଂକ୍ରମଣ ନବଢିବ ତାହା କହିହେବ ନାହିଁ । ତେଣୁ ସତର୍କ ରହିବା ସହ କୋଭିଡ ନିୟମ କଡାକଡି ମାନିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କୋଭିଡ ନିୟ କଡାକଡି ପାଳନ କରିବାକୁ କୁହାଯାଇଛି । ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଥିଲା । ହେଲେ ଏବେ ପଡୋଶୀ ରାଜ୍ୟର ସ୍ଥିତି ଦେଖି ସତର୍କ କରାଇଦେଇଛନ୍ତି ରାଜ୍ୟସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ମାନିବା, ବଜାରରେ ଅଧିକ ଭିଡ ଜମାଇବାକୁ ପରାମର୍ଶ ଦିଆଯାଇଛି । । ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଓଡିଶାରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଆଗକୁ ଯଦି ସଂକ୍ରମଣ ବଢେ, ଆବଶ୍ୟକ ପଡିଲେ ଲକଡାଉନ କରାଯିବ ।

ମହାରାଷ୍ଟ, ମଧ୍ୟପ୍ରଦେଶ, କେର. ପଂଜାବ , ଛତିଶଗଡରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ରାଜ୍ୟଗୁଡିକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୬ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୪୪ରେ ପହଚିଂଛି । କେରଳରେ ମଧ୍ୟରେ ସାଢେ ୪ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଂଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ହଠାତ ସଂକ୍ରମଣ ଗ୍ରାଫ ଉପରକୁ ଉଠିଛି । ପଡୋଶୀ ରାଜ୍ୟ ଛତିଶଗଡରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଯଦି ଓ ଓଡିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ସତର୍କ ନରହିଲେ । କେତେବେଳେ ସ୍ଥିତି ବଦଳିଯିବ ଆକଳନ କରିବା ମୁସ୍କିଲ ।

Get real time updates directly on you device, subscribe now.

Leave A Reply

Your email address will not be published.