THE BYAPINI

କୋକେନ୍ ପଛର ସତ କଣ?

Get real time updates directly on you device, subscribe now.

ପଶ୍ଚିମବଙ୍ଗରେ ନିର୍ବାଚନ ଆଗରୁ ବିଜେପିକୁ ଜୋରଦାର ଧକ୍କା ଲାଗିଛି । ଦଳର ଜଣେ ଯୁବନେତ୍ରୀଙ୍କ ନିକଟରୁ କୋକେନ ଜବତ ହେବା ପରେ ଦଳ ବିବାଦ ଘେରକୁ ଆସିଛି । ଏହି ଯୁବତୀ ଜଣକ ହେଉଛନ୍ତି ପାମେଲା ଗୋସ୍ୱାମୀ । ଦଳର ପଦାଧିକାରୀ ମଧ୍ୟ ଅଛନ୍ତି । ଯାଂଚ ବେଳେ ତାଙ୍କ ନିକଟରୁ କୋକେନ ଜବତ ହେବା ଘଟଣା ଦଳ ପାଇଁ ଆହ୍ୱାନ ଆଣିବା ସହ ଭାବମୁର୍ତ୍ତିରେ ମଧ୍ୟ ଆଂଚ ଆଣିଛି । ଏହାରି ଭିତରେ ପାମେଲାଙ୍କୁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି । କୋଲକାତାର ଏନଡିପିଏସ୍ କୋର୍ଟ ଯୁବ ବିଜେପି ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଡ୍ରଗ୍ସ ମାମଲାରେ ଫେବ୍ରୁଆରି ୨୫ ପର୍ୟ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ପର୍ୟ୍ୟବେକ୍ଷକ ଓ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ବିଜେପି ମହାସଚିବ ପାମେଲା ଗୋସ୍ବାମୀଙ୍କ ଗାଡ଼ିରୁ ଶୁକ୍ରବାର ଦିନ କୋକେନ ଜବତ କରାଯାଇଥିଲା। ପରେ ଏ ନେଇ ତାଙ୍କୁ ଗିରଫ କରାଯିବା ସହ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ପରେ ଏବେ ତାଙ୍କୁ ଫେବ୍ରୁଆରି ୨୫ପର୍ୟ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି।

ଶନିବାର ଦିନ ଶୁଣାଣି ପରେ ତାଙ୍କୁ କୋର୍ଟରୁ ବାହାରକୁ ନିଆଯାଉଥିବା ବେଳେ ପାମେଲା ଗୋସ୍ୱାମୀ ଏହି ଘଟଣାରେ ସିଆଇଡି ଯାଞ୍ଚ ପାଇଁ ଦାବି କରିଛନ୍ତି। କୋର୍ଟରେ ପାମେଲା ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଫସାଇଦିଆଯାଇଛି। ଏ ନେଇ ଏକ ବଡ଼ ଷଡ଼ଯନ୍ତ୍ର କରାଯାଇଛି। ଏପରିକି ତାଙ୍କ ଗାଡ଼ିରୁ ଜବତ ହୋଇଥିବା କୋକେନର ପାଉଚ ବିଜେପି ସାଂସଦ ରାକେଶ ସିଂ ନିଜ ଲୋକ ପଠାଇ ତାଙ୍କ ଗାଡ଼ିରେ ରଖିଥିବା ଅଭିଯୋଗ କରିଛନ୍ତି ପାମେଲା। ମଧ୍ୟପ୍ରଦେଶର ଜବଲପୁରର ଲୋକସଭା ସାଂସଦ ରାକେଶ ସିଂ ପାମେଲାଙ୍କ ଅଭିଯୋଗକୁ ନେଇ କହିଛନ୍ତି ଯେ, ମୋତେ ଅସମ୍ମାନ କରିବା ପାଇଁ ମୋ ନାମ ନିଆଯାଉଛି। ପାମେଲା ଗୋସ୍ୱାମୀ ବିଗତ ସପ୍ତାହରେ ବିଜେପିର ବରିଷ୍ଠ ନେତାଙ୍କ ବିରୋଧରେ ପୁଲିସ ନିକଟକୁ ଯାଇଥିଲେ। ଏମିତିକି ତାଙ୍କ ନିଜ ବାପା ପାମେଲା ଡ୍ରଗ୍ସ ସେବନ କରୁଥିବା ନେଇ ଅଭିଯୋଗ କରିଥିଲେ।

ଗାଡ଼ି ତନଖି ବେଳେ ପୁଲିସ ହାତରେ ଏହି ଯୁବନେତ୍ରୀ ଧରା ପଡ଼ିଥିଲେ। ପୁଲିସ ପାମେଲା ଗୋସ୍ବାମୀଙ୍କ କାରରୁ ୧୦୦ ଗ୍ରାମର କୋକେନ ଜବତ କରିଥିଲା। ଜବତ ହୋଇଥିବା କୋକେନର ମୂଲ୍ୟ ବଜାରରେ ଲକ୍ଷାଧିକ ଟଙ୍କା ହେବ । ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନ ବି ଥି‌ଲେ, ଯିଏକି ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ। ପୁଲିସ ପୂରା ଘଟଣାର ଛାନଭିନ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.