‘ବୋମା ପକାଇ ଉଡାଇଦେବୁ’
ପୁଣି ଚର୍ଚ୍ଚାରେ କନ୍ଧମାଳ ଜଲେଶପେଟ୍ଟା ଆଶ୍ରମ । ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କ ପାଖକୁ ପୁଣି ଆସିଛି ଧମକ ପୂର୍ଣ୍ଣ ଫୋନ୍ କଲ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେବା ସହିତ କନ୍ୟାଶ୍ରମ ଉଡାଇ ଦେବାକୁ ଧମକ ଦେଇଛି। ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ ଦିଆଯାଇଛି । ଏପରି ଧମକପୂର୍ଣ୍ଣ ଫୋନ୍ ମିଳିବା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ । ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା ।
ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି ଜ୍ଝ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚିଥିବାବେଳେ ୮ବନ୍ଧୁକ ଧାରୀ ପୁଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି । ସକାଳ ୯ଟା ସମୟରେ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କ ପାଖକୁ ଏକ ମିସକଲ କଲ ଆସିଥିଲା। ଏ ସମ୍ପର୍କରେ ସ୍ୱାମୀଜୀ ସୁରକ୍ଷାକର୍ମୀଙ୍କୁ କହିଥିଲେ। ପରେ ସୁରକ୍ଷା କର୍ମୀମାନେ ସେହି ନମ୍ବରରେ ଫୋନ କରିଥିଲେ। ଫୋନ ରିସିଭି କରିବା ପରେ ସେପଟୁ ସ୍ୱାମୀଜୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। ସ୍ୱାମିଜୀଙ୍କୁ ହତ୍ୟା ଧମକ ପରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଶ୍ରମ ଗସ୍ତରେ ଯାଇଛନ୍ତି ।ସୁରକ୍ଷା ବ୍ୟବସ୍ଥା କିଭଳିଗ୍ରହଣ କରାଯାଇଛି ତାକୁ ଅନୁଧ୍ୟାନ କରିବା ସହ ଟିମ୍ ସ୍ୱାମିଜୀଙ୍କ ସହ ଆଲୋଚନା ମଧ୍ୟ କରିବ ।
ସ୍ୱାମିଜୀଙ୍କୁ ହତ୍ୟା ଧମକ ମିଳିବାର ପ୍ରଭାବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈାଠକ ମଧ୍ୟ ଅଣୁଷ୍ଠିତ ହୋଇଥିଲା । ରାଜ୍ୟ ପଦାଧିକାରୀଙ୍କ ସମେତ ପ୍ରାନ୍ତୀୟ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତୁରନ୍ତ ରାଜ୍ୟ ସରକାର ସ୍ୱାମିଜୀଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ଉପରେ ଜୋର ଦିଆଯାଇଛି । ସେହିଭଳି ହିନ୍ଦୁ ଧର୍ମ ଏବଂ ଧର୍ମ ରକ୍ଷକଙ୍କ ଉପରେ ହେଉଥିବା ଆକ୍ରମଣକୁ କିଭଳି ପ୍ରତିହତ କରାଯାଇ ପାରିବ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ଆଲୋଚନା ହେଉଥିବା ସୁଚନା ମିଳିଛି । ଏଭଳି ଘଟଣାର ତୀବ୍ର ନିନ୍ଦା ମଧ୍ୟ କରାଯାଇଛି ।
କନ୍ଧମାଳର ଜଲେଶପେଟ୍ଟା ଆଶ୍ରମରେ ଅତୀତରେ ଘଟିଥିବା ଘଟଣାକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ନିଜେ ଆରକ୍ଷୀ ଅଧିକ୍ଷକ ଘଟଣା ଉପରେ ନଜର ରଖିଛନ୍ତି । ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୃବୁର୍ତ୍ତ ଆଶ୍ରମ ମଧ୍ୟରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।