THE BYAPINI

କାହିଁକି ବଢୁଛି ତୈଳ ଦର? ପେଟ୍ରୋଲିୟମ ମନ୍ତ୍ରୀ କହିଲେ କାରଣ

Get real time updates directly on you device, subscribe now.

ଦେଶରେ ଗତ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢ଼ି ଚାଲିଛି । ଅନେକ ସହରରେ ଶତକ ମାରିଛି ପେଟ୍ରୋଲ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମ ଥିବାବେଳେ ଦେଶରେ ତୈଳ ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର କାରଣ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତୈଳ ଦର ବୃଦ୍ଧି ପାଇବା ପଛରେ ୨ଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନ ଉତ୍ପାଦନ ହ୍ରାସ ପାଇଛି ଏବଂ ଅଧିକ ଲାଭ ପାଇବା ପାଇଁ ବିନିର୍ମାଣ ଦେଶଗୁଡିକ କମ ଇନ୍ଧନ ଉତ୍ପାଦନ କରୁଛନ୍ତି । ଯାହାଫଳରେ ସିଧାସଳଖ ଏହାର ପ୍ରଭାବ ଗ୍ରାହକମାନଙ୍କ ଉପରେ ପଡୁଛି । ନେଇ ଓପିଇସି ଓ ଓପିଇସି ପ୍ଲସ୍ ଦେଶକୁ ଅନୁରୋଧ କରିଛୁ । ଆଶା ରଖିଛୁ ନିକଟରେ କିଛି ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ପ୍ରେଟ୍ରୋଲିୟମ ମନ୍ତ୍ରୀ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧିର ଆଉ ଏକ କାରଣ ହେଉଛି କରୋନା । ସରକାର ଅନେକ ଗୁଡ଼ିଏ ଉନ୍ନୟନମଳକ କାର୍ୟ୍ୟ କରୁଛନ୍ତି । ଯେଉଁଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଦାୟ କରୁଛନ୍ତି । ବିକାଶମୂଳକ କାର୍ୟ୍ୟରେ ଖର୍ଚ୍ଚ ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ । ସରକାର ନିବେଶ ବଢ଼ାଇଥିବା ବେଳେ ଚଳିତ ବଜେଟରେ ୩୪ ପ୍ରତିଶତ ଅଧିକ ବ୍ୟୟ କରାଯିବ ବୋଲି କହିଛନ୍ତି ।

ଏଥିସହ ଖର୍ଚ୍ଚ ନେଇ ରାଜ୍ୟକୁ ତୀର ମାରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ସେଥିପାଇଁ ଆମକୁ ଟିକସ ଆବଶ୍ୟକତା ହେଉଛି । ଆଦାୟ ଟିକସ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ଆବଶ୍ୟକ । ମୁଁ ଆଶା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ କୌଣସି ଏକ ବାଟ ବାହାର କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଲଗାତାର ୧୨ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଆଜି ସ୍ଥିର ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଛି । ତୈଳଦରରେ ଅହେତୁକ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.

Leave A Reply

Your email address will not be published.