ଅପରେସନ ‘ସାଇଲେଂଟ ଭାଇପର’
୨୨ ବର୍ଷ ତଳର ବୀଭତ୍ସ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଜେଲ ପଠାଯାଇଛି । ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ବିବନକୁ ଜେଲ ପଠାଯାଇଛି । । ତେବେ ୨୨ ବର୍ଷ କେମିତି ସିବିଆଇ ଆଖିରେ ଧଳି ଦେଇ ବୁଲୁଥୁଲା ବିବନ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିବା ବୀଭତ୍ସ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ବିବନ ବିଶ୍ୱାଳ ଫେରାର ହୋଇଯାଇଥିଲା । । ଶେଷରେ ୨୨ ବର୍ଷ ପରେ କମିସନରେଟ ପୁଲିସ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକ ମୁମ୍ବାଇରୁ ଗିରଫ କରିଛି ।
୨୨ ବର୍ଷ ପରେ କେମିତି ଅଭିଯୁକ୍ତ ପାଖରେ ପହଚିଂଥିଲା କମିସନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସଂପୂର୍ଣ୍ଣ ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଧରିବା ପାଇଁ ପ୍ରାୟ ୩ ମାସ ତଳେ କମିସନରେଟ ପୁଲିସ ଆରମ୍ଭ କରିଥିଲା ଅପରେସନ ସାଇଲେଂଟ ଭାଇପର । ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ତିଆରି ହୋଇଥିଲା ଏକ ଟିମ । ପୋଲିସ କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା । ୩ ମାସ ତଳେ ଚୌଦ୍ବାର ଜେଲରେ ଥିବା ଅପରାଧୀ ଧିରେନ୍ଦ୍ରକୁ ଭେଟିଥିଲେ କମିଶନର । ବିବନକୁ ସହଯୋଗୀମାନେ ବିକେ ବା ବାରଙ୍ଗ କିଙ୍ଗ୍ ବୋଲି ଡାକୁଥିବା ପୋଲିସ ଜାଣିବାକୁ ପାଇଥିଲା।
କମିସନରେଟ ପୁଲିସ ଜାଣିବାକୁ ପାଇଥିଲା ଯେ, ପୁଣେର ଲୋନାୱାଲାରେ ପାଇପ ମିସ୍ତ୍ରୀ ଭାବେ କାମ କରୁଛି ବିବନ ବିଶ୍ୱାଳ । ଆଉ ଏହାପରେ ବିବନକୁ ଧରିବାକୁ ହୋଇଥିଲା ଯୋଜନା ପ୍ରସ୍ତୁତ। ପାଣି ମିସ୍ତ୍ରୀ ଭାବେ ସେଠି ଆତ୍ମଗୋପନ କରି ନକଲି ନା ଜଳନ୍ଧର ସ୍ୱାଇଁ ଦେଇଥିଲା ବୋଲି ଜଣାପଡିଥିଲା । ପୁଣେ ପୋଲିସ୍ ଜରିଆରେ ଆମ୍ବେ ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ମିଳିଥିଲା। ଆମ୍ବେ ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଯିବା ବେଳେ ପୋଲିସକୁ ଦେଖି ସେ ଦୌଡ଼ିଥିଲା। ଏହାପରେ ତାକୁ କାବୁ କରି ଦେଇଥିଲେ ପୁଲିସ ଅଧିକାରୀ ।
ଗୋଟେ ପଟେ ବିବନ ତାର ଡେଥ ସାର୍ଟିଫିକେଟ କାଢିବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର କହୁଥିଲା । ପରିବାର ଲୋକ ମଧ୍ୟ ଏନେଇ ବାରମ୍ବାର ଉଦ୍ୟମ କରି ଫେଲ ମାରିଥିଲେ । ଏପରିକି ପରିବାର ଲୋକଙ୍କ ସହ ସଂପର୍କରେ ଘରକୁ ପଇସା ପତ୍ର ମଧ୍ୟ ପଠାଉଥିଲା ବିବନ । ସବୁ ଦିନ ପାଇଁ ଓଡିଶାରେ ନିଜକୁ ମୃତ୍ୟୁ ବୋଲି ଘୋଷଣା କରି ମୁମ୍ବାଇରେ ସୁରୁଖୁରରେ ଜୀବନ ବଂଚିବାକୁ ଚାହୁଥିଁଲା । ହେଲେ ବିବନର ସବୁ ଚାଲ ଫେଲ ମାରିଯାଇଥିଲା କମିସନରେଟ ପୁଲିସର ଅପରେସନ ସାଇଲେଂଟ ଭାଇପର ଆଗରେ ।