କ’ଣ ଘଟିଥିଲା ୨୨ ବର୍ଷ ତଳେ?
୨୨ ବର୍ଷ ତଳେ କଣ ଘଟିଥିଲା ସେଦିନ , ଯାହା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ସେତେବେଳେ । ରାଜନୀତିର ମୋଡ ବି ବଦଳାଇଥିଲା । ୨୨ ବର୍ଷ ପରେ ସେହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୁଣି ଲୋକଙ୍କ ମନେଡିଯାଇଛି ସେହି ଘଟଣା ।
୧୯୯୯ ମସିହା ଜନୁଆରୀ ୯ ତାରିଖ । ୨୨ ବର୍ଷ ତଳର ସେହି କଳା କାହାଣୀକୁ ପୀଡିତା ଏବେ ବି ଭୁଲିନାହାନ୍ତି । କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ପୀଡିତାଙ୍କର ତାଙ୍କ ସ୍ୱାମୀଙ୍କ ସହ ଏକ ପାରିବାରିକ ମାମଲା ଚାଲିଥିଲା। ଭୁବନେଶ୍ୱର ନୂଆପଲ୍ଲୀରୁ ପୀଡିତା କଟକ ଯାଇଥିଲେ ଓକିଲଙ୍କ ସହ ପରାମର୍ଶ କରିବାକୁ । ତାଙ୍କ ସହିତ ଜଣେ ସାମ୍ବାଦିକ ବି ଥିଲେ। ସେ ସନ୍ଧ୍ୟାବେଳେ କଟକରୁ ବାରଙ୍ଗ ବାଟେ କାରରେ ଫେରୁଥିଲେ। ୩ ଜଣ ଦୁବୃର୍ତ ପ୍ରଥମେ ଏକ ଢାବା ନିକଟରେ ସେମାନଙ୍କ କାରକୁ ଅଟକାଇଥିଲେ । ପରେ ବାରଙ୍ଗ ନିକଟସ୍ଥ ରାସ୍ତାରେ କାରକୁ ଅଟକାଇଥିଲେ ୩ ଦୁବୃର୍ତ । ପୂରା ଫିଲ୍ମ ଷ୍ଟାଇଲରେ ତାଙ୍କ କାରକୁ ହାଇଜାକ କରିନେଇଥିଲେ। କାରର ଡ୍ରାଇଭରକୁ ସ୍କୁଟରରେ ପଠାଇ ତ୍ରିଶୂଳିଆ-ବାରଙ୍ଗ ମଝିରେ ଥିବା ଏକ ଗାଁଠାରୁ ଅଳ୍ପ ଦୂରକୁ ଏକ ନିଛାଟିଆ ସ୍ଥାନକୁ କାରକୁ ନେଇଯାଇଥିଲେ। ସେଠାରେ ପୀଡିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୩ରୁ ୪ ଘଂଟା ଦୁଷ୍କର୍ମ କରିଥିଲେ । ଆଉ ଏସବୁ କିଛି ହେଉଥିଲା ସାମ୍ବାଦିକଙ୍କ ଆଖି ଆଗରେ ।
ଏହା ପରେ ଜାନୁଆରୀ ୧୦ ତାରିଖରେ କଟକ ମହିଳା ଥାନାରେ ଗଣଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ ପୀଡିତା । ଜାନୁଆରୀ ୧୨ ତାରିଖରେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲ । । ପରେ ଜାନୁଆରୀ ୨୬ରେ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ହୋଇଯାଇଥିଲା । ପୂରା ଫିଲ୍ମ ଷ୍ଟାଇଲରେ ତାଙ୍କ କାରକୁ ହାଇଜାକ କରିନେଇଥିଲେ। ତ୍ରିଶୂଳିଆ-ବାରଙ୍ଗ ମଝିରେ ଥିବା ଏକ ଗାଁଠାରୁ ଅଳ୍ପ ଦୂରକୁ ଏକ ନିଛାଟିଆ ସ୍ଥାନକୁ କାରକୁ ନେଇଯାଇଥିଲେ।