THE BYAPINI

ଟିକା ନନେଲେ ମିଳିବନି ସରକାରୀ ସୁବିଧା..

Get real time updates directly on you device, subscribe now.

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା । ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଳା କମିସନରଙ୍କୁ ଚିଠି ଲେଖିଛନ୍ତି। ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ କହିଛନ୍ତି ଯେ, ରାଜ୍ୟରେ ଏ ପର୍ୟ୍ୟନ୍ତ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି। ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ତେବେ ବାରମ୍ବାର ସୂଚିତ କରାଯିବା ପରେ ମଧ୍ୟ ପଂଜିକୃତ କିଛି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ୟ୍ୟାୟରେ କରୋନା ଟିକା ନେଇ ନାହାନ୍ତି। କାରଣ ନଥାଇ ଟିକା ନ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ତାଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ। ସେ ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ପ୍ରଦୀପ୍ତ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ଜାନୁଆରୀ ୧୬ରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧା ମାନଙ୍କୁ ପ୍ରଥମେ ଟିକା ଦିଆଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.