THE BYAPINI

ସେଚୁଂରି ମାରିଲା ପେଟ୍ରୋଲ

Get real time updates directly on you device, subscribe now.

ତେଲ ଦର ବେଲଗାମ । ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ ।

୨ ଦିନ ସ୍ଥିର ରହିବା ପରେ ତୈଳଦର ପୁଣି ବଢିଛି । କାଲିମେଳାରେ ମଙ୍ଗଳବାର ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର । ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ । ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି । ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ‌ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ ରହିଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି । ସମ୍ବଲପୁର ଓବ୍ରହ୍ମପୁରରେ ଡିଜେଲ ୮୯ ଟଙ୍କାରୁ ଅଧିକ ରହିଛି ।
ସେପଟେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉତ୍ପାଦନକାରୀ ଦେଶଗୁଡ଼ିକ ଉତ୍ପାଦନ ହ୍ରାସ କରୁଥିବାରୁ ଭାରତ ଭଳି ଦେଶରେ ତୈଳଦର ବୃଦ୍ଧି ପାଉଛି । ତେବେ ତୈଳ ଦର ବୃଦ୍ଧି ସାମୟିକ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.