THE BYAPINI

ଅଶୋକ ବନାମ ଅପରାଜିତା ପାର୍ଟ – ୦୨

Get real time updates directly on you device, subscribe now.

ପୁଣି ମୁହାଁମୁହିଁ ସାଂସଦ ଅପରାଜିତା ଷଙ୍ଗୀ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା । ଏକାମ୍ରକ୍ଷେତ୍ର ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବୟାନବାଜି ନୁଆ ମୋଡ ନେଇଛି । ଯେତେବେଳେ ମନ୍ତ୍ରୀ ଅଶୋକ ପଣ୍ଡା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପୁଣି ପ୍ରଶଯନ ପଚାରିଛନ୍ତି । ଭୁବନେଶ୍ବର ସାଂସଦ ଅପରାଜିତା ‌ଷଡ଼ଙ୍ଗୀ ମଙ୍ଗଳବାର କିଛି ସେବାୟତଙ୍କୁ ନେଇ ବାଇ-ଲ’ ବାବଦରେ ଆଲୋଚନା କରିଥିଲେ। ଆଇନ ଓ ବାଇ-ଲ’ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ। ଏହାର ୨୪ ଘଂଟା ନପୁରୁଣୁ ମନ୍ତ୍ରୀଙ୍କ ଟାର୍ଗେଟକୁ ଆସିଛନ୍ତି ଅପରାଜିତା । ଅଶୋକ ପଣ୍ଡା ପ୍ରଶ୍ନ ରଖି କହିଛନ୍ତି, ଗଣତନ୍ତ୍ରରେ ସଂସଦଠୁ ବଳି ବଡ଼ ଫୋରମ ଆଉ କ’ଣ ଅଛି? ଜଣେ ସଦସ୍ୟ ତାଙ୍କ ଅଧିକାର ବଳରେ ନୋଟିସ ଦେଇ ଅଲୋଚନା କରିପାରିବେ । ସେ ଚାହିଁଲେ ପ୍ରସଙ୍ଗ ଉତ୍ଥାନ କରିପାରିବେ। ସବୁ ସାଂସଦ ନିଜ ଅଂଚଳର ସମସ୍ୟାକୁ ଉଠାଉଛନ୍ତି। ସଂସଦ ଚାଲିବା ବେଳେ ବାଇ-ଲ ପ୍ରସଙ୍ଗ ଉଠାଇବାର ସୁଯୋଗ କିଏ ହାତ ଛଡା କରିବା ଉଚିତ କି ?

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜୁ ଜନତା ଦଳର ସାଂସଦ ଭେଟି ଆଲୋଚନା କଲେ ସେତେବେଳେ ଅପରାଜିତା କେଉଁଠି ଥିଲେ ବୋଲି ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ, ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ଭେଟିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର ସାଂସଦଙ୍କୁ ଡ଼ାକିବା ପାଇଁ କହିଥିଲେ ଏବଂ ସାଂସଦ ଅନୁଭବ ମହାନ୍ତି ଡାକିବାକୁ ଯାଇଥିଲେ। ସେଠାରେ ଭୁବନେଶ୍ୱର ସାଂସଦ ତାଙ୍କୁ କହିଥିଲେ ମୁଁ ଯାହା କହିବି ପାର୍ଟିରେ କହିବି ସରକାରଙ୍କ ଆଗରେ କହିବି ନାହିଁ। ଏହା ଯଦି ସତ୍ୟ ହୋଇଥାଏ ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କଣ ହୋଇପାରେ। ମନ୍ତ୍ରୀ ଡ଼ାକିବା ପରେ ନ ଯିବା ଗଣତନ୍ତ୍ର ପ୍ରକ୍ରିୟାରେ ଏହା ଏକ ବ୍ୟତିକ୍ରମ।
ଏନଏମଏ ପାଇଁ ଭାରପ୍ରାପ୍ତ ଅଧିକାରୀ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ନୁହନ୍ତି। ଆର୍ଟିକିଲ ୨୦-ସି ଅନୁଯାୟୀ ଭାରପ୍ରାପ୍ତ ଅଧିକାରୀ ହେଉଛନ୍ତି ଏଏସଆଇ କଲିକତାର ରିଜିଓନାଲ ଡାଇରେକ୍ଟର। କାହିଁକି ଲୋକପ୍ରତିନିଧି କହି ବୁଲୁଛନ୍ତି ରାଜ୍ୟ ସରକାର ଅବହେଳା କରିଛନ୍ତି ବୋଲି, ରାଜ୍ୟ ସଂସ୍କୃତି ବିଭାଗ ଅବହେଳା କରୁଛି, ଏହା ଫଳରେ କେବଳ ଜନମାନସକୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଶ୍ନଛଳରେ ଅଭିଯୋଗ କରିଛନ୍ତି ମନ୍ତ୍ରୀ।

ଏହାର ଜବାବ ରଖିଛନ୍ତି ଅପରାଜିତା ଷଡଙ୍ଗୀ । କହିଛନ୍ତି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେ ପୁର୍ବରୁ ୫ଟି ପ୍ରଶ୍ନ ରଖିଥିଲେ । ଯାହାର ଉତ୍ତର ଏଯାଏଁ ସରକାରୀ ସ୍ତରରେ ଦିଆଯାଇନାହିଁ । ଯାଦି ଦଳୀୟ ଫୋରମରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦିଆଯାଏ ତେବେ ବିଜୁ ଜନତା ଦଳ ତରଫରୁ ହେଉ ଅବା ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ବି ପ୍ରଶ୍ନ ଆସିବ, ତାର ଉତ୍ତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏକାମ୍ର ବାଇ-ଲ ବାବଦରେ ବିଭ୍ରାନ୍ତିକର ଖବର ସାମ୍ନାକୁ ଆସିବାରେ ଲାଗିଛି । ବିଜେପି ଭିତରେ ଭିନ୍ନ ମତ କେନ୍ଦ୍ରମନ୍ତ୍ରୀ ମାନେ ଅଲଗା ଅଲଗା ବକ୍ତବ୍ୟ ଦେଉଥିବାରୁ ଏହି ପ୍ରସ୍ତାବିତ ବାଇ-ଲ ବିବାଦ ଭିତରକୁ ଠେଲିହୋଇଗଲାଣି ।

Get real time updates directly on you device, subscribe now.

Leave A Reply

Your email address will not be published.