THE BYAPINI

ମୋଟେରାରୁ ମୋଦୀ ଷ୍ଟାଡିୟମ..ବିଶ୍ୱର ସବୁଠୁ ବଡ କ୍ରିକେଟ ଗ୍ରାଉଣ୍ଡ

Get real time updates directly on you device, subscribe now.

ଗୁଜରାଟର ଅହମ୍ମଦାବାଦ ସ୍ଥିତ ମୋଟେରା ଷ୍ଟାଡିୟମ ଏବେ ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କ୍ରିକେଟ୍‌ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି । ଷ୍ଟାଡିୟମର ପୁନଃନିର୍ମାଣ ସହିତ ଏବେ ଏହାର ନାମରେ ମଧ୍ୟ ପରିବର୍ତ୍ତନ ହୋଇଛି। ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ନୁହେଁ ଏହା ବର୍ତ୍ତମାନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାମରେ ନାମିତ ହୋଇଛି। ଆୟୋଜିତ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ ।

ଅହମଦାବାଦରେ ନିର୍ମିତ ଏହି ଷ୍ଟାଡିୟମ ୬୩ ଏକର ଜମି ଓ ଉପରେ ନିର୍ମାଣ କରାଯାଇଛି । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୧ ଲକ୍ଷ ୧୦ ହଜାର ହଜାର ଦର୍ଶକ ବସିପାରିବାର ସୁବିଧା ରହିଛି । ବିଶ୍ୱର ସବୁଠାରୁ ବଡମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟ୍’ ପରେ ଏହା ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ବୋଲି କୁହାଯାଇଛି । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଛି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷ୍ଟାଡିୟମକୁ ଜନତା ପ୍ରତି ସମର୍ପିତ କରି କହିଛନ୍ତି, ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଏହି ଷ୍ଟାଡିୟମ ବିଷୟରେ ଚିନ୍ତା କରିଥିଲେ। ସେହି ସମୟରେ ସେ ଗୁଜରାଟ କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ଥିଲେ। ଏହି ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଦିବାରାତ୍ର କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରାଯାଇଛି।

ଏହି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରଖାଯାଇଛି। ଫଳରେ ଆସନ୍ତା ୬ମାସ ମଧ୍ୟରେ ଏଠାରେ ଅଲମ୍ପିକ୍, କମନ୍‌ଓ୍ବେଲ୍‌ଥ ଗେମ୍‌ ଓ ଏସିଆନ୍ ଅଲମ୍ପିଆଡ୍ ଆୟୋଜନ କରାଯାଇପାରିବ ବୋଲି ଶାହା କହିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏହି ଷ୍ଟାଡିୟମ ନେଇ ସ୍ବପ୍ନ ଦେଇଥିଲେ। ଅମିତ୍ ଶାହା ଉଦ୍‌ଘାଟନ ସମୟରେ ଷ୍ଟାଡିୟମର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କଣ ପାଇଁ ରଖାଗଲା ଏହାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହାର ନାମ ପ୍ରଧାନମନ୍ତ୍ରୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛୁ। କାରଣ ଏହା ନରେନ୍ଦ୍ର ମୋଦୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା। କେବଳ ଏତିକି ନୁହେଁ ଏହି ଅବସରରେ ସ୍ପୋର୍ଟ୍ସ ଏନକ୍ଲେଭ୍‌ର ମଧ୍ୟ ଶିଳାନ୍ୟାସ୍ କରିଛନ୍ତି। ଏହା ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ନାମରେ ନାମିତ ରହିବ। ଏହି ସ୍ପୋର୍ଟ୍ସ ଏନକ୍ଲେଭ୍‌ରେ ଫୁଟବଲ୍, ହକି, ବାସ୍କେଟବଲ୍, କବାଡି, ବକ୍ସିଂ ଓ ଲନ୍ ଟେନିସ ସମେତ ଅନେକ କ୍ରୀଡା ଆୟୋଜନ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.