‘ମହାନଦୀରେ ଆହୁରି କମିବ ପାଣି’
ମହାନଦୀରେ ଆହୁରି କମିବ ପାଣି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଜଳସଂପଦ ମନ୍ତ୍ରୀ। ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ,ଛତିଶଗଡ ସରକାର ମହାନଦୀ ପାଣିକୁ ଅଟକାଇବା ପାଇଁ ଅନେକ ବ୍ୟାରେଜ ନିର୍ମାଣ କରୁଛନ୍ତି ।ଏହାର ପ୍ରଭାବରେ ଓଡିଶାରେ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ହ୍ରାସ ପାଉଛି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରିଥିବାରୁ ଜଳପ୍ରବାହ ଆହୁରି କମିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିସହ ମନ୍ତ୍ରୀ ରଘୁନନ୍ଦନ ଦାସ ଆଗାମୀ ବର୍ଷରେ ମହାନଦୀରେ ଆହୁର ଜଳ ପ୍ରବାହ କମିବ ବୋଲି ଗୃହରେ ସ୍ୱୀକାର କରିଛନ୍ତି।
ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଛି । ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ କରିଥିବାରୁ କ୍ରମାଗତ ଜଳ ପ୍ରବାହ କମୁଛି । ଗୋଟିଏ ପଟେ ଛତିଶଗଡ ମହାନଦୀରେ ଭରପୁର ଜଳ ରହୁଥିବା ବେଳେ ଓଡିଶାକୁ ଆସିଥିବା ମହାନୀଦରେ ଜଳଧାରା କମି କମି ଆସୁଛି । ରାଜ୍ୟ ସରକାର ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ସମାଧାନ ପାଇଁ ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ୨୦୧୮ରେ ମହାନଦୀ ଜଳବିବାଦ ଟ୍ରିବ୍ରୁ୍ୟନାଲ ଗଠନ କରିଛନ୍ତି । ଏସମସ୍ତ କଥା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ।
ବିଧାନସଭା ବାହାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି,‘ମହାନଦୀ ତଳମୁଣ୍ଡରେ ବ୍ୟାରେଜ କରିବା ପାଇଁ ଯେତିକି ଉଦ୍ୟମ କରିବା କଥା ଆମେ କରିନୁ। ତଳମୁଣ୍ଡରେ ବର୍ତ୍ତମାନ ବଡ଼ ପ୍ରକଳ୍ପ କରିବାର ନାହିଁ। ଯାହା ଇନଷ୍ଟ୍ରିମଷ୍ଟୋରଜ କରାଯିବ। ସିଡବ୍ଲୁସିକୁ ୧୫ ପ୍ରକଳ୍ପ କାଟିବ ପାଇ ଅନୁମତି ମଗାଯାଇଥିଲ। ମହାନଦୀ ଜଳ ବିବାଦ ପାଇଁ ୭ଟିପ୍ରକଳ୍ପକୁ ଅନୁମତି ନ ଦେଇ ଫେରାଇ ଦେଇଛନ୍ତି। ଇନଷ୍ଟ୍ରିମଷ୍ଟୋରେଜ ଯୋଜନାରେ ୨୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିରୁ ଚଳିତ ବର୍ଷ ୧୩ଟି ପ୍ରକଳ୍ପ କରାଯିବ। ସେଥିପାଇଁ ୭୯୫କୋଟି ଟଙ୍କା ବ୍ୟୟବରାଦ ହୋଇଛି।’