THE BYAPINI

ଭାରତ ଫେରିବେ ନୀରବ ମୋଦି! ପିଏନବି ଦୁର୍ନୀତିର ହେବ ପର୍ଦ୍ଦାଫାଶ

Get real time updates directly on you device, subscribe now.

ପିଏନବି ମହାଦୁର୍ନୀତିୀର ମହାଖଳନାୟକ ନିରବ ମୋଦିଙ୍କୁ ଭାରଣ ଅଣାଯିବ । ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ କରିବା ସହ ନିରବ ମୋଦି ଆବେଦନ କରିଥିବା ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ।ନିରବଙ୍କୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପିଏନବି ମହାଦୁର୍ନୀତିୀର ହେବ ପର୍ଦ୍ଦାଫାଶ୍ । ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା ସିବିଆଇ, ଇଡି। ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ବୋଲି କହିଛନ୍ତି କୋର୍ଟ ।

ଶୁଣାଣି କରୁଥିବା ଜଜ୍ ସାମୁଏଲ ଗେଜୀ କହିଛନ୍ତି କି ଏହା ସ୍ପଷ୍ଟ ହୋଇଛି ଯେ ଭାରତ ତରଫରୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ନୀରବ ମୋଦିଙ୍କୁ ଦେବାକୁ ପଡିବ । ଏହାସହ ନୀରବ ମୋଦିଙ୍କ ଦ୍ୱାରା କୋର୍ଟରେ ଦିଆଯାଇଥିବା ପ୍ରମାଣର କୌଣସି ତାଳମେଳ ନଥିବା ଜଜ୍ କହିଛନ୍ତି । ଅନ୍ୟପଟେ ସାକ୍ଷୀ ମାନଙ୍କୁ ନୀରବ ମୋଦିଙ୍କ ପକ୍ଷରୁ ଧମକ ଚମକ ଦିଆଯାଉଥିବା କଥା କୋର୍ଟ ସ୍ୱୀକାର କରିଛନ୍ତି ।

କୋର୍ଟଙ୍କ ନିଷ୍ପତ୍ତି ପରେ ନୀରବଙ୍କ ଭାରତ ଆସିବାର ରାସ୍ତା ସଫା ହୋଇଯାଇଛି। ତେବେ ତୁରନ୍ତ ତାଙ୍କୁ ଭାରତର ଆଣିବାର ସମ୍ଭାବନା ଦେଖାଯାଉ ନାହିଁ। କୋର୍ଟଙ୍କ ନିଷ୍ପତ୍ତି ପରେ ନୀବର ମୋଦିଙ୍କ ପାଖରେ ଉପର ଅଦାଲତ ପାଖରେ ଗୁହାରୀ ଜଣାଇବାର ବିଳଳ୍ପ ରହିଛି । ଏହି ରାୟ ବିରରୋଧରେ ସେ ହାଇକୋର୍ଟରେ ଅପିଲ କରିପାରିବ । ତାଙ୍କ ପାଖରେ ଏବେ ୨୮ ଦିନର ସମୟ ରହିଛି । ହାଇକୋର୍ଟରେ ଝଟକା ଲାଗିବା ପରେ ସେ ମାନବାଧିକାର କୋର୍ଟ ମଧ୍ୟ ଯାଇପାରିବ । ଏହାବ୍ୟତୀତ ମାନବାଧିକାର କୋର୍ଟ ସହ କଥାବାର୍ତ୍ତ କରି ୟୁରୋପୀୟ ଅଦାଲତ ଯିବାପାଇଁ ମଧ୍ୟ ତାଙ୍କ ପାଖରେ ବିକଳ୍ପ ରହିଛି ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକି ନେଇଥିଲେ ନୀରବ ମୋଦି ।

Get real time updates directly on you device, subscribe now.

Leave A Reply

Your email address will not be published.