THE BYAPINI

ବଢୁଛି କରୋନା..ବଢିଲା ଗାଇଡଲାଇନ ଅବଧି

Get real time updates directly on you device, subscribe now.

ଦେଶରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କରୋନା ଗାଇଡଲାଇନ୍ ଅବଧି ବୃଦ୍ଧି କରାଯାଇଛି । ଯେପରି ୧୨ ରାଜ୍ୟରେ ସଂକ୍ରମଣ ବଢୁଛି ସ୍ଥିତି ପୁଣି ଥରେ ବାହାରକୁ ଯାଇପାରେ । ଏହାକୁ ନଜରରେ ରଖି ଗାଇଡଲାଇନ ଅବଧିକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ଏହି ଗାଇଡଲାଇନକୁ ସମସ୍ତେ ପାଳନ କରିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ସବୁ ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଲାଗୁ ହେବ।

କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ ୟୁଟି (କେନ୍ଦ୍ର ଶାସିତ ଅଞ୍ଚଳ)କୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ଏହି ଗାଇଡଲାଇନକୁ ସମସ୍ତେ ପାଳନ କରିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ସବୁ ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଲାଗୁ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.