THE BYAPINI

ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର..ସଂକ୍ରମଣ ପୂର୍ବରୁ ସଜାଗ ରୁହ..

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧପାଉଥିବା ବେଳେ ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି । ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ନିୟମ ବଦଳାଯାଇଛି । ଏଣିକି ୧୨ ନୁହେଁ ୫ ରାଜ୍ୟରୁ ଫେରୁଥିବା ଓଡିଶା ପ୍ରବାସୀଙ୍କ ଉପରେ କଡ଼ା ନଜର ରଖାଯିବ । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।

ଏହି ୫ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ମାନଙ୍କ ପାଇଁ କଟକଣା କଡାକଡି କରାଯାଇଛି । ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ବିମାନବନ୍ଦରରେ ଓ ରେଳଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହି ୫ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ ।

ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ରହିଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ ।ସେହିପରି ୭୨ ଘଂଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ ।ଏଥିସହ କୋଭିଡ୍ ଟିକା ନେଇ ପ୍ରମାଣ ପତ୍ର ପାଇଥିଲେ ସଂଗରୋଧରେ ରହିବା ଅନାବଶ୍ୟକ । ଏହିସବୁ ରାଜ୍ୟରୁ ଫେରିଥିବା ବ୍ୟକ୍ତି, ବାହାରେ ବୁଲି ପାରିବେ ନାହିଁ, ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ । ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଳୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.