THE BYAPINI

ଭିସୁଟରେ ବ୍ୟାପିଲା କରୋନା: ୨ ଦିନରେ ୨୫ ଜଣ ପଜିଟିଭ

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ବଢୁଥିବା ବେେ ବୁର୍ଲା ଭିସୁଟ(ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ)ରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଛି କରୋନା । ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲି ଯାଇଛନ୍ତି । ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ ବାରଣ କରାଯାଇଛି ।

ଭିସୁଟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ, ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଉ କେହି ଛାତ୍ର ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଛି। ହଷ୍ଟେଲରୁ ବାହାରକୁ ନଯିବା ପାଇଁ କୁହାଯାଇଛି ଏବଂ ହଷ୍ଟେଲରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି ଭାରପ୍ରାପ୍ତ କୁଳପତି ବିଭୂତିଭୂଷଣ ପତି କହିଛନ୍ତି। ବର୍ତ୍ତମାନ ଭିସୁଟ୍‌ରେ ଅଫ୍‌ଲାଇନ୍‌ ପରୀକ୍ଷା ଜାରି ରହିଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Get real time updates directly on you device, subscribe now.

Leave A Reply

Your email address will not be published.