THE BYAPINI

ସ୍ୱାସ୍ଥ୍ୟବସ୍ଥା ନେଇ ବ୍ଲଗରେ କ’ଣ ଲେଖିଲେ ବିଗ୍ ବି’

Get real time updates directly on you device, subscribe now.

ବଲିଉଡ଼ର ମହାନ ଜନନାୟକ ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ । ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ । ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି । ଅମିତାଭ୍ ବଚ୍ଚନ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥା’ନ୍ତି । ସେ ତାଙ୍କର କଥାକୁ ବ୍ଲଗ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇଥାନ୍ତି । ହେଲେ ଗତକାଲି ସେ ଲେଖିଥିବା ବ୍ଳଗ ପଢିବା ପରେ ପ୍ରଶଂସକ ମାନଙ୍କୁ ଝଟକା ଲାଗିଛି ।

ଅମିତାଭ ବଚ୍ଚନ ବ୍ଲଗରେ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଲେଖିଛନ୍ତି । ଏଥିଲାଗି ଅପରେଶନ ହେବାକୁ ପଡିବ ବୋଲି ସେ କହିଛନ୍ତି । ତାଙ୍କ ଅସୁସ୍ଥ ଲୋକଙ୍କୁ ଚିନ୍ତିତ କରିଦେଇଛି। ହେଲେ ଲୋକମାନେ ଜାଣିବାକୁ ଚାହିଁଛନ୍ତି କି ଅମିତାଭଙ୍କର ବାସ୍ତବରେ କ’ଣ ହୋଇଛି ଓ ସେ କେଉଁ ରୋଗ ପାଇଁ ଅପରେଶନ ହେବେ । ହେଲେ ଲୋକମାନେ ଏବେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ସେ ଲେଖିଛନ୍ତି କି କିଛି ଆବଶ୍ୟକତା ଠାରୁ ଅଧିକ ବୃଦ୍ଧି ପାଇଛି ଯାହାପାଇଁ ଅପରେଶନ କରିବାକୁ ପଡିବ । ଏହାପୂର୍ବରୁ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ବି ଦେଶସାରା ଲୋକ ତାଙ୍କର ଆରୋଗ୍ୟ କାମନା କରିଥିଲେ ।

ଅମିତାଭଙ୍କ ଆଗାମୀ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ ଜୁନ୍‌ ୧୮ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ନାଗରାଜ ପୋପାତ୍ରାଓ ମୁଞ୍ଜୁଲେ। ଏହାବ୍ୟତୀତ ଏବର୍ଷ ଏପ୍ରିଲ୍‌ ୩୦ରେ ମୁକ୍ତିଲାଭ କରୁଥିବା ‘ଚେହେରେ’ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭଙ୍କ ଅଭିନୟ ଦେଖିବାକୁ ମିଳିବ।

Get real time updates directly on you device, subscribe now.

Leave A Reply

Your email address will not be published.