THE BYAPINI

କାଲିଠୁ ବୟସ୍କଙ୍କୁ ଟିକାକରଣ..ଜାଣନ୍ତୁ କେମିତି ଆଉ କେଉଁଠି ନେବେ ଟିକା?

Get real time updates directly on you device, subscribe now.

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଦିଆଯିବ ଟିକା । ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି, ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ ।

ତେବେ ଟିକା ନେବା ପାଇଁ ରୋଗୀମାନେ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ସରକାରୀ ହସ୍ପିଟାଲରେ ଫ୍ରୀରେ ଟିକାକରଣ ହେବା ସହ ପ୍ରାଇଭେଟ ହସ୍ପିଟାଲରେ ୨୫୦ ଟଙ୍କା ଲାଗିବ ( ଯେଉଁଥିରେ ସର୍ଭିସ ପାଇଁ ୧୦୦ ଓ ଭାକ୍ସିନେସନ ପାଇଁ ୧୫୦ ଟଙ୍କା ଲାଗିବ)। ସେହିପରି ଯେଉଁମାନେ ରେଜିଷ୍ଟ୍ରେସନ କରିନଥିବେ ସେମାନେ ହସ୍ପିଟାଲକୁ ଆସିଲେ ସେଠାରେ ସେମାନଙ୍କୁ ସାଙ୍ଗେ ସାଙ୍ଗେ ରେଜିଷ୍ଟ୍ରେସନ କରାଯାଇ ଟିକା ଦିଆ ଯିବାର ବ୍ୟବସ୍ଥା ହୋଇଛି । ।ଗୋଟିଏ ସେସନରେ ଅତି କମରେ ୧୦୦ ଜଣଙ୍କୁ ଟିକା ଦିଆଯିବ ।

ସେପଟେ ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ଟିକା ନେଇ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.